ଶିକ୍ଷା ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
କର୍ଲାମୁଣ୍ଡା, ୨୧/୦୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକ ତେରେସିଙ୍ଗା ଅନ୍ତର୍ଗତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସମୀର ପଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ମ.ରାମପୁର ଡ଼ିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ରାଜଶ୍ରୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀମାନ ରବି ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ଶେଷବର୍ଷର ଛାତ୍ରଛାତ୍ରୀ ମାନେ ନିଜ ନିଜର ଅନୁଭୂତି ପ୍ରଦାନ କରିଥିଲେ । ସଭା ଶେଷରେ ଅତିଥି ଅଧ୍ୟାପିକା ସୁଶ୍ରୀ ମଞ୍ଜୁଲତା ମାଝୀ ଧନ୍ୟବାଦ ଅର୍ପଣ କରି ବେଳେ ଏଥିରେ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, ରସ୍ନାରାଣୀ ବଡ଼ମାଳୀ, ଟିକେଧର ରଣା, ତୃପ୍ତିମୟୀ ଭୋଇ, କନିଷ୍ଠ କିରାଣୀ ଶ୍ରୀଯୁକ୍ତ ଭୂପିନ୍ଦର ରଣା ଓ ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡିଲେଶ୍ୱର ରଣା, ପ୍ରମୁଖ ସହଯୋଗ କରିଥିଲେ ଓ ଚୁଡାମଣି, ପ୍ରିୟଙ୍କା, ଭୋଳାନାଥ, ରାଜକୁମାରୀ, ବବଲୁ, ଭାରତୀ, ଅନିଶା, ମମିତା, ଶ୍ରୁତିମୟୀ, ବିକାଶ, ଯାମିନୀ ଅମିନ, ଶୋଭାଗିନୀ, ଯଶୋବନ୍ତ, ଶାଶ୍ୱତ, ମାନସ, ରହିତ, ରୀତିକ,ରୀନା, ସପନ ଇତ୍ୟାଦି ପ୍ରମୁଖ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।