Hot Posts

6/recent/ticker-posts

ବାସନ୍ତୀ ମାଝୀ ଏସଡିସି ଚେୟାରମ୍ୟାନ ମନୋନୀତ |

ନବରଙ୍ଗପୁର, ୦୬/୦୪ ( ନକୁଳ ଭତ୍ରା ) : ଝରିଗାଁ ନିର୍ବାଚନ ମଣ୍ଡଳୀର ଜଣେ ବରିଷ୍ଠ ବିଜେପି କର୍ମୀ, ସୁସଂଗଠକ ଓ ସୁସଂଯୋଜିକା ଶ୍ରୀମତୀ ବାସନ୍ତୀ ମାଝୀଙ୍କୁ ବିଜେପି ସରକାର ଏସଡିସି ର ଚେୟାରମ୍ୟାନ ଭାବେ ଘୋଷଣା କରିଛନ୍ତି |ସରକାର ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ଶ୍ରୀମତୀ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣେଇଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା ପ୍ରମୁଖ ଶ୍ରୀମତୀ ମାଝୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି