Hot Posts

6/recent/ticker-posts

ନୂତନ ଜେ ଏମ ଏଫ୍ ସି କୋର୍ଟ ପରିସରରେ ବାର୍ କମ୍ ଏସୋସିଏସନ୍ ଗୃହ ଓ କେଣ୍ଟିନ୍ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ।

ଝରିଗାଁ,  ୦୬ / ୦୪ ( ନକୁଳ ଭତ୍ରା ) : ବହୁ ପ୍ରତୀକ୍ଷିତ ଝରିଗାଁ ସ୍ଥାୟୀ ପ୍ରଥମ ଶ୍ରେଣୀ ନୂତନ କୋର୍ଟ ପରିସରରେ ଭିଡିଓ ଭର୍ଚୁଆଲ୍ ମାଧ୍ୟମରେ ବାର୍ କମ୍ ଏସୋସିଏସନ୍ ଗୃହ ଓ କେଣ୍ଟିନ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନଙ୍କ କରକମଳରେ ଶିଳାନ୍ୟାସ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗଦେଇଥିବା ସ୍ଥଳେ, ଜିଲ୍ଲା ରେଜିଷ୍ଟର ସ୍ୱାସତି ମିଶ୍ର, ଝରିଗାଁ ପ୍ରଥମ ଶ୍ରେଣୀ କୋର୍ଟ ବିଚାରପତି ସ୍ମିତା ଲକାରା, ବାର ଏସୋସିଏସନ୍ ସଭାପତି ଅରୁଣ କୁମାର ପଟ୍ଟନାୟକ,, ଉପ ସଭାପତି ଶଙ୍କର ଦେଓ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନନ୍ଦ , ସହ ସମ୍ପାଦକ ସୁମନ ସାମଲ , ଏ ପି ପି ସୁବାସ ପଟ୍ଟନାୟକ ତହସିଲ ଝରିଗାଁ , ଜେ ଏମ୍ ଏଫ୍ ସି ଏ ପି ପି ପ୍ରଦୀପ ପଟ୍ଟନାୟକ , ସମେତ ପ୍ରମୁଖ ଏଡଦ୍ଭୋକେଟ୍ ମଧ୍ୟରେ ଚନ୍ଦ୍ରଭାନୁ ନାୟକ, ମନୋଜ ମହାପାତ୍ର , ସଞ୍ଜୟ କୁମାର ନାୟକ ଅରୁଣ ସିଂ , କୋର୍ଟ କତୃପକ୍ଷ ମଧ୍ୟରେ ମୁଖ୍ୟ କିରାଣୀ ଶସ୍ମିତା , ବିଲ୍ଡିଂ ପ୍ରୋଜେକ୍ଟ କ୍ଲର୍କ ଅଶୋକ କୁମାର ସେଠୀ , ସଞ୍ଜୟ କୁମାର ବେହେରା ସିଷ୍ଟମ ଆସିଷ୍ଟାଣ୍ଟ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀ, ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଆର୍ ଡି ଏସ ଡି ଓ କୃଷ୍ଣ ପ୍ରିୟା ଗୋମାଙ୍ଗ , ଏ ଈ ତିଳୋତ୍ତମା ପ୍ରଧାନ, ଜେ ଇ ସୁଶୀଲ କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ଥିଲେ।