Hot Posts

6/recent/ticker-posts

ତୁକଲା କଲେଜ ପଡ଼ିଆରେ ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬ ଉଦ୍ଘାଟନ, କଳା-ସଂସ୍କୃତିର ଜାଗରଣ ବୋଲି କହିଲେ ଜିଲ୍ଲାପାଳ

ନୂଆପଡା, ୧୧/୦୪ ( ବନ ବିହାରି ମେହେର ) : ଖଡିଆଳ ବ୍ଲକ ତୁକଲା କଲେଜ ପଡ଼ିଆରେ ଯୋଗୀମଠ ଋଷିପିଠ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହେଇଛି। ନୂଆପଡା ଜିଲ୍ଲାର ନିଜର ଅଲଗା ସଂସ୍କୃତି ଆଉ ପରମ୍ପରା ଏହି ମହୋତ୍ସବ ମାଧ୍ୟମରେ ଜାଗରଣର ରୂପ ନେଇଛି ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ। ସେ କହିଥିଲେ ଯେ ରୁଦ୍ଧିମନ୍ତ କଳା, ସାହିତ୍ୟ ଆଉ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାରେ ଏହି ପରବ ଗୋଟେ ବଡ଼ ମାଧ୍ୟମ ଅଟେ। ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରସିଦ୍ଧ ସାହିତ୍ୟିକ ନିଲ ଲୋହିତ ସିଂ ଦେଓ ଯୋଗ ଦେଇ ମହୋତ୍ସବର ଗୁରୁତ୍ୱ ବିଷୟରେ କହିଥିଲେ। ପାଳନ କମିଟି ଉପସଭାପତି ଦିନେଶ ପ୍ରସାଦ ତିୱାରୀ ଅଧ୍ୟକ୍ଷତା କରିଥିବା ବେଳେ ୨୧୬ ବାଟାଲିୟନ କମାଣ୍ଡଡେଣ୍ଟ ଏରିକ୍ ଗିଲବର୍ଟ ଜୋଶ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, ଜିଲ୍ଲା ଆଦିବାସୀ ସଂଘ ସାଧାରଣ ସମ୍ପାଦକ ସୋମନାଥ ଖମାରୀ, ସମାଜସେବୀ ଉଗ୍ରମାଧବ ମାଝୀ ଆଉ ରିଷଗା ସରପଞ୍ଚ ବିରଞ୍ଚି ନାଗ ମଞ୍ଚରେ ଉପସ୍ଥିତ ଥିଲେ। ମହୋତ୍ସବରେ କଳାକାର ମାନଙ୍କ ଦଳଗତ ସମ୍ବଲପୁରୀ ନୃତ୍ୟ ଦେଖି ଦର୍ଶକମାନେ ବହୁତ ବିମୋହିତ ହେଇଥିଲେ।