ବାଗଡିହି ଠାରେ ପର୍ଶୁରାମ ଜନ୍ମୋତ୍ସବ ପାଳିତ
ଲଇକେରା, ୨୦/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକର ବାଗଡିହି ଠାର ଅକ୍ଷୟ ତୃତୀୟାର ପବିତ୍ର ଶୁଭ ପାବନ ଅବସରରେ ଭଗବାନ୍ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇଯାଇଛି ।ପ୍ରତିବର୍ଷର ପରମ୍ପରା ଅନୁଯାୟୀ ଏଵେ ମଧ୍ୟ ବୈଶାଖ ସୁଦୀ ତୃତୀୟାରେ ବିଷ୍ଣୁଙ୍କ ଷଷ୍ଠ ଅବତାର ଏବଂ ପରମ ଶିବ ଭକ୍ତ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା ।ଏହି ଅବସରରେ ବିକେଳ ୪ଟାରେ ଭଗବାନ୍ ଶ୍ରୀ ପର୍ଶୁରାମଙ୍କ ପୂଜା ଅର୍ଚ୍ଚନା କରାଯାଇଥିବା ବେଳେ ରାତି ୭ଟା୩୧ମିନିଟରୁ ସଙ୍ଗୀତମୟ ଶ୍ରୀ ସୁନ୍ଦରାକାଣ୍ଡ ପାଠ ବିଶ୍ୱ କଲ୍ୟାଣ ନିମନ୍ତେ ପଣ୍ଡିତ ଅଜୟ କୁମାର ଶର୍ମାଙ୍କ ଦ୍ୱାରା କରାଯାଇଥିଲା । ଏହି ଅବସରରେ ଗୈାରୀଶଙ୍କର ଶର୍ମା, ରାମନିବାସ ଶର୍ମା,ରାଧେଶ୍ଯାମ ମିଶ୍ର,ଧର୍ମପାଳ ଶର୍ମା, ଛୋଟେଲାଲ ଶର୍ମା, ରାଜୁ ଶର୍ମା,ଗଙ୍ଗାଧର ରଥ,ନିଳକଣ୍ଠ ଶର୍ମା, ଅଶୋକ ଶର୍ମା, ବିଜୟ ଶର୍ମା,ଅରବିନ୍ଦ କୁମାର, ସଂସ୍କାର ଶର୍ମା,ଆୟୁଷ ଶର୍ମା, ପିୟୁଷ ଶର୍ମା, ଚଞ୍ଚଳ ଶର୍ମା,କୃଷ୍ଣା ଶର୍ମା, ମଞ୍ଜୁ ଶର୍ମା, ପ୍ରୀତି ଶର୍ମା, କୁସୁମ ଅଗ୍ରୱାଲ, ଅର୍ଜୁନ ଶାହ, ଅଭୟ ଶର୍ମା,ହିମାଂଶୁ ଶର୍ମାଙ୍କ ସହିତ ଅନେକ ଭକ୍ତ ଉପସ୍ଥିତ ହୋଇ ପୂଜା ଅର୍ଚ୍ଚନା କରି ଶ୍ରୀ ପର୍ଶୁରାମଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିଲେ ।