Hot Posts

6/recent/ticker-posts

ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ ପରଲୋକ

ବରୀ, ୦୩/୦୪ ( ରଂଜିତ ମହାନ୍ତି ) : ବରୀ ବ୍ଳକ୍ ରମ୍ପା ଗ୍ରାମର ସମର ବଲ୍ଲଭ ବେହେରା (୫୮)ଙ୍କର ଗତ ବୁଧବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମାସେ ତଳେ ହୃଦ୍‌ଜନିତ ସମସ୍ୟା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଗତ ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ବର ନିଆଯାଇଥିଲା | ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିଲା | ଖବର ପାଇ ବରୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ବହୁଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ । ସ୍ବର୍ଗତ ବେହେରା ୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ୨୩ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟ ଥିଲେ | ତାଙ୍କ ବିୟୋଗରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।