ବିଜେପି ପକ୍ଷରୁ ଆକ୍ଷି ତୃତୀୟରେ ଚଡ଼ ପାଳପଡା ଠାରେ ଅକ୍ଷୀ ମୁଠି ଅନୁକୂଳ ।
ବାଲିଆପାଳ, ୨୦/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୁବର୍ଣ୍ଣ ରେଖା ନଦୀ କୂଳ ଚଡପାଳପଡା ଗାଁ ଜମିରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅକ୍ଷି ମୁଠି ଅନୁକୂଳ ହୋଇଛି। ପାରମ୍ପରିକ ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ପୂଜା ହୋମ ଆଦି କଲା ପରେ ବିଲରେ ବଳଦ ସହ ଲଙ୍ଗଳ ଯୋଚ୍ଛା ଯାଇଥିଲା।ପରେ ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ଅଣ୍ଡିଆ ବିଲରେ ଆଖି ମୁଠି ଅନୁକୂଳ କରି ଲଙ୍ଗଳ ବୋଲାଇ ଥିଲେ। ଦଳର ବାଲିଆପାଳ ମଣ୍ଡଳ ସଭାପତି ଅକ୍ଷୟ କୁମାର ପାତ୍ର, ଖପରାପଦା ମଣ୍ଡଳ ସଭାପତି ରତିକାନ୍ତ ବାରିକ,ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଖଗେନ୍ଦ୍ର ନାଥ ନାୟକ, ଲଷ୍ମୀଧର ପାତ୍ର, ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ, ନିଖିରା ସରପଞ୍ଚ ଅଞ୍ଜନ କୁମାର ଗିରି, କୁମ୍ଭୀର ସରପଞ୍ଚ ପ୍ରତିନିଧି ଜୟନାରାୟଣ ମହାପାତ୍ର,ଅସ୍ତି ସମିତି ସଦସ୍ୟା ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ପାତ୍ର ପ୍ରମୁଖ ଅକ୍ଷି ମୁଠି ଅନୁକୂଳ କରି ବିଲରେ ବିହନ ବୁଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ କୁମାର ବିଶ୍ୱାଳ, ଦିଲ୍ଲୀପ କୁମାର ପାତ୍ର, ଉଜ୍ଜଳ କୁମାର ଗିରି, ଧନଞ୍ଜୟ କୁମାର ପାତ୍ର ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।