Hot Posts

6/recent/ticker-posts

ପ୍ରଥମ କରି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ କନସିଂହା ଛକ ନିକଟରେ ଖୋଲିଲା ଗନ୍ଧମାର୍ଦ୍ଧନ ବିଜ୍ଞାନ ପ୍ରତିଷ୍ଠାନ। ଉଦ୍ଘାଟନ କଲେ ବରଗଡ ସାଂସଦ ପ୍ରଦିପ ପୁରୋହିତ।

ବରଗଡ଼, ୦୯/୦୪ ( ଆଶିଷ କୁମାର ଭୋଇ ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କରକମଳ ରେ ଏହି ଗନ୍ଧମାର୍ଦନ ପ୍ରତିଷ୍ଠା ରେ ଉଦ୍ଘାଟନ ହେବାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭା ଟି ପ୍ରତିଷ୍ଠାନ ର ଅଧକ୍ଷ ରେ ଡ଼ା ଦ୍ଵାଦଶ ପ୍ରଧାନ ସଭାପତିତ୍ତ୍ୱ ରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ l ଗନ୍ଧମାର୍ଦନ ପର୍ବତ ମହାନୀୟତା ବିଷୟରେ ପ୍ରତିପାଦନ କରିଥିଲେ l ପ୍ରତିଷ୍ଠା ର ପ୍ରତିଷ୍ଠାତା ଡ଼ା କାର୍ତିକ ପଧାନ ପ୍ରତିଷ୍ଠାନ ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ l ଉକ୍ତ ସଭା ରେ ମୁକ୍ତ ବକ୍ତା ଭାବରେ ନାଟ୍ୟକାର ଡ଼ା କେଶରଞ୍ଜନ ପଧାନ ଯୋଗଦେଇଥିଲେ l ବିଜ୍ଞାନ ଓ ଜ୍ଞାନ ଉପରେ ବିଶେସତ୍ୱ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ତାପନି ପଣ୍ଡା ମଂଚାସୀନ ଥିବା ବେଳେ ନୈତିକ ଓ ଜ୍ଞାନ ମୂଳକ ଉଦ୍ଧବୋଧନ l ସଭାରେ ଆରମ୍ଭ ଭାଷଣ ଓଡ଼ିଆ ଅଧ୍ୟାପିକା ସସ୍ମିତା ଭୋଇ ଭାଷଣ ଦେଇଥିବାବେଳେ l ଇଂରାଜୀ ଅଧାପକ ମଦନ ଦିଶ୍ୱାଳ ଧନ୍ୟବାଦ ଦେଇଥିଲେ l ଏହି ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l ଯାହାକୁ ଅଧ୍ୟାପିକା ନିତୁ ସାହୁ ଏବଂ ଅଧ୍ୟାପକ କିରଣ କୁମାର ବାଗ ସଭା ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଓ ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ମାନ୍ୟ ଗୁଣ୍ୟ ବ୍ୟକ୍ତି ତଥା ଅଭିଭାବକ ଅଭିଭାବିକା ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ll 



ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।