Hot Posts

6/recent/ticker-posts

ଲକ୍ଷ୍ମୀ ନାରାୟଣ ଜାମଶୂଳୀ କଲେଜ ସଂସ୍କୃତ ବିଭାଗରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ।

ବାଲିଆପାଳ, ୧୫/୪ ( ସନ୍ୟାସୀ ବେହେରା ) : ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜର ସଂସ୍କୃତ ବିଭାଗ ପକ୍ଷରୁ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧ ବାର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କଲେଜର ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟେନ୍ଦୁ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ଗିରି ମୁଖ୍ୟ ବକ୍ତା , ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଦାୟ ସମ୍ବର୍ଦ୍ଧନା ଉତ୍ସବର ପରମ୍ପରା ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସଂସ୍କୃତି ଓ ସଂସ୍କୃତ ହେଉଛି ଭାରତୀୟ ସଭ୍ୟତାର ମୂଳ ଆଧାର। ଏହାକୁ ଛାଡି ଆମେ କେବେ ଆଗକୁ ଯାଇ ପରିବା ନାହିଁ ବୋଲି ଅତିଥି ମାନେ ମଧ୍ୟ କହିଛନ୍ତି । ଯୁକ୍ତ ତିନି ପ୍ରଥମ ଓ ଦ୍ଵିତୀୟ ବର୍ଷ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ତୃତୀୟ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତନୁଶ୍ରୀ ନାୟକ ଅତିଥି ପରିଚୟ, ଅଧ୍ୟାପିକା ସୁଦେସ୍ନା ଦେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପିକା ଲିଜା ରାଣୀ ସାହୁ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଦାୟ ଗୀତିକା ଗାନ କରିଥିଲେ।