Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ସୁନାପୁର ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୁଆପଡ଼ା, ୨୦/୦୪ ( ବନ ବିହାରୀ ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସୁନାପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ , ବିଡ଼ିଓ କର୍ମି ଓରାମ, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ମୁକ୍ତା ରାଉତ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l  ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟାକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଏହି ଅବସରରେ, ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାର ମାନେ ପାଲା ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ, ଶ୍ରମ ବିଭାଗ ପକ୍ଷରୁ ଜ୍ୟୋତ୍ସ୍ନା ମାଝୀ, ରାଧେଶ୍ୟାମ ରଣା ଓ ଗୋବିନ୍ଦ ରାନଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ବିବାହ ସହାୟତା ପ୍ରଦାନ କରିଥିଲେ। ସେହିପରି, ପୂର୍ଣ୍ଣଚନ୍ଦ୍ର ବାଗ, ବସନ୍ତ କୁମାର ଛତ୍ରିଆ , ମାୟାଧର ସୁମାରି ଓ ଦେବରାଜ ବାଗ ଙ୍କୁ ସ୍ୱଚ୍ଛ ଦୂତ ଭାବରେ ସମ୍ମାନିତ କରାଗଲା। ଜିଲ୍ଲାପାଳ ଓ ଅତିଥି ମାନେ ପ୍ରବାସୀ ଶ୍ରମିକ ଦୋଲମନି କାଣ୍ଡଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ଉଠାଇବା ପାଇଁ ଉପଦେଶ ଦେଇଥିଲେ। ତାଙ୍କ ପରିବାରକୁ ଛତୁ ଚାଷ କରି ରୋଜଗାର କରିବାକୁ ପ୍ରେରଣା ଦେଇଥିଲେ। ଏହି ଶିବିରକୁ ବୋଡ଼େନ ବିଡ଼ିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା, ସି ଡ଼ି ପି ଓ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।