ନ ' ଦିନିଆ ଜନ ଗଣନା ତାଲିମ ଶିବିର ଉଦଯାପିତ ।
ବାଲିଆପାଳ, ୦୬/୦୪ ( ସନ୍ୟାସୀ ବେହେରା ) : ବସ୍ତା ବ୍ଲକ ପକ୍ଷରୁ ଜାମ ଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜରେ ଆରମ୍ଭ ହୋଇଥିବା ନ ' ଦିନିଆ ଜନ ଗଣନା ତାଲିମ ଶିବିର ରବିବାର ଉଦଯାପିତ ହୋଇ ଯାଇଛି। ୧୫୦ ଜଣ ଶିକ୍ଷକଓ ଶିକ୍ଷୟିତ୍ରୀ ତିନୋଟି ପର୍ଯ୍ୟାୟରେ ୯ ଟି ଗ୍ରୁପ ମାଧ୍ୟମରେ ଜନ ଗଣନା ସମ୍ପର୍କିତ ୩୪ ଟି ପ୍ରଶ୍ନ ର ତରିକା ଓ ଉତ୍ତର ସମ୍ପର୍କରେ ତାଲିମ ଗ୍ରହଣ କରିଛନ୍ତି। ଜନ ଗଣନା ସମୟରେ ତାଲିମଧାରୀମାନେ ସର୍ଭେ ସମୟ ରେ ଗୃହ କର୍ତ୍ତାକୁ ପ୍ରଶ୍ନ କରିବେ। ଘରର ଅବସ୍ଥିତି, କଚା କି ପକ୍କା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଶୌଚାଳୟ ସୁବିଧା, ଖାଦ୍ୟ ଶସ୍ୟ, ମୁଖ୍ୟ ଇନ୍ଧନ, ଦୁଇ ଓ ଚାରି ଚକିଆ ଯାନ, କମ୍ପ୍ୟୁଟର ଓ ଲାପଟପ ବ୍ୟବହାର ଇତ୍ୟାଦି ସର୍ଭେ ସମୟରେ ସ୍ଥାନ ପାଇବ। ବିଡ଼ିଓ ମିହିର ରଞ୍ଜନ ଦାସ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟେନ୍ଦୁ ଗିରି ପ୍ରମୁଖ କାର୍ଯ୍ୟକ୍ରମକୁ ତଦାରଖ କରିଥିବାବେଳେ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ (ପଦାର୍ଥ ବିଜ୍ଞାନ ) , ପ୍ରଭାତ ରଞ୍ଜନ ଦାସ ( ରସାୟନ ବିଜ୍ଞାନ ), ଆଶୁତୋଷ ଯତି, ସଦାନନ୍ଦ ଦୀକ୍ଷିତ, ପବିତ୍ର କୁମାର ବେହେରା, ସୁପ୍ରିୟ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ସୁଦୀପ୍ତ କୁମାର ପ୍ରଧାନ ,ସି ଆର ସି ସି ଭୋଳାନାଥ ସାମଲ, ଗଣେଶ ଚନ୍ଦ୍ର ଜେନା,ପଙ୍କଜ କୁମାର ଦାସ, ତପନ କୁମାର ସେନ, ଭିକାରି ଚରଣ ନାୟକ, ବୀରେନ୍ଦ୍ର ହାଁସଦା,ଅତିରିକ୍ତ ତହସିଲଦାର ପିୟୁଷ କାନ୍ତି ପ୍ରଧାନ, ଆର ଆଇ ଶୁଭଶ୍ରୀ ଦାସ, ନିତ୍ୟାନନ୍ଦ ମଣ୍ଡଳ , ଶଶିକାନ୍ତ ଜେନା, ସନ୍ତୋଷ କୁମାର ସାହୁ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।