କୋମନା-ବଲାଙ୍ଗୀର ସିଧା ବସ ସେବା ନାହିଁ, ଯାତ୍ରୀ ହେଉଛନ୍ତି ହଇରାଣ
ନୂଆପଡ଼ା, ୦୬/୦୪ ( ପରମେଶ୍ୱର ମେହେର ) : ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନାରୁ ବଲାଙ୍ଗୀର ଜିଲ୍ଲା ସଦର ମହକୁମାକୁ ସିଧାସଳଖ ସରକାରୀ ବସ ଚଳାଚଳ କରୁନ ଥିବାରୁ ଉତ୍କ୍ର କୋମନା ବ୍ଲକ ଅଂଚଳର ଯାତ୍ରୀ ବଲାଙ୍ଗୀର ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି କମ ଦୂରତା ରେ ଉଚ୍ଚତର ଚିକିତ୍ସା ସେବା ପାଇଁ ଅଞ୍ଚଳର ଗରିବ ଜନସାଧାରଣ ବଳ ବଲାଙ୍ଗୀର ସ୍ଥିତ ସରକାରୀ ନିର୍ଭଭେଷଜ ମହାବିଦ୍ୟାଳୟ ୟ ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବାବେଳେ ଏଠାରୁ ସରକାରୀ ବସ ସେବା ମିଳୁନଥିବାରୁ ଲୋକେ କେ ଅଯଥା ଖର୍ଚ୍ଚାନ୍ଧରେ ପଡି ହଇରାଣ ହେଉ ଥିବା ଦେଖିବାକୁ ମିଳୁଛି। ବଲାଙ୍ଗୀର ରୁ ନୂଆପଡାକୁ ଓ ନୂଆପ ଆପଡା ରୁ ବଲାଙ୍ଗୀର କୁ ଗୋଟିଏ ଲେଖାଏଁ ସରକାରୀ ବସ ଯାତାୟାତ କରୁଥିବାବେଳେ ଏହି ବସ ଗୁଡିକ କୋମନା ରୁ ସାତ କିଲୋମିଟର ଦୂର ଉଦ୍ୟାନବନ୍ଧ ବାଟ ଦେଇ ନୂଆପଡାକୁ ଯାତାୟାତ କରୁଛି। ଏହିସ ହିସବୁ ବସକୁ ବଲାଙ୍ଗୀର ଯିବା ବେଳେ ଓ ଫେରିବାବେଳେ କୋମନା ହାଇପାରିବ ବାଟଦେଇ ଗଲେ ସମସ୍ୟା ସମାଧାନ ହୋଇପା ବୋଲି ସାଧାରଣରେ ଆଲୋଚିତ ହେଉଛି। ସମ୍ପୂକୁ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ବସ ସବୁକୁ କୋମନା କୁ ସମ୍ପ୍ରସାରଣ କରାଯିବା କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଲବାସୀଙ୍କ ଦାବି ହେଉଛି।