ସୁନା ପଶି ଗାଁ ନିକଟ ହୁଡ଼ି ଭିତରୁ ମଣିଷ ଖପୁରୀ ହାଡ଼ ଉଦ୍ଧାର, ଘଟଣାସ୍ଥଳରେ ପାଟଣା ପୋଲିସ, ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
କେନ୍ଦୁଝର, ୦୪/୦୪ ( ଦଶରଥ ବାରିକ ) : ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗାଁ ନିକଟ ଜଙ୍ଗଲ ଭିତରୁ ମଣିଷର ଖପୁରୀ ସହ ହାଡ଼ ଜବତ କରିଛି ପୋଲିସ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପରେ ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏସ ଆଇ ଲକ୍ଷ୍ମଣ ମାଝୀ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚାଲାଇଛି।ଖପୁରୀ ନିକଟରୁ ଗୋଟିଏ ଶାଢ଼ୀ ଓ ଏକ ବ୍ୟାଗ ମଧ୍ୟ ଜବତ ହୋଇଛି।ନିକଟରୁ ଶାଢ଼ୀ ମିଳିଥିବାରୁ ଏହା ଜଣେ ମହିଳାଙ୍କ ଖପୁରୀ ଓ ହାଡ଼ ହୋଇଥାଏ ପାରେ ବୋଲି ସନ୍ଦେହ କରୁଛି ପୋଲିସ। କେହି ହତ୍ୟା କରି ମୃତଦେହକୁ ଜଙ୍ଗଲରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି ଅଧିକ ତଦନ୍ତ ପାଇଁ ଖପୁରୀ ହାଡ଼ ଗୁଡ଼ିକୁ ଏକାଠି କରି କେନ୍ଦୁଝର ଜିଲ୍ଲା କୁ ପଠାଇଛନ୍ତି ରିପୋର୍ଟ ଆସିଲେ ସବୁ ଜଣାପଡ଼ିବ ବୋଲି ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି