ପାତ୍ର ପୁଟ SSD ଆବାସୀ ଉଚ୍ଚ ବିଧ୍ୟାଳୟ ର ବାର୍ଷିକ ଉତ୍ସବ
ନବରଙ୍ଗପୁର, ୧୮/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ସରକାରୀ ଏସ ଏସ ଡ଼ି ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ଗତ କାଲି ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ, ସଂମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ନନ୍ଦ ନନ୍ଦନ ବିଷୋୟୀ,ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ବିଷୋୟୀ,ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ,ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗଦେଇଥିବା ବେଳେ ଅନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଅଵସର ପ୍ରାପ୍ତ ଶିକ୍ଷକ ପିତାମ୍ବର ବିଶୋଇ,ଭବାନୀ ବିଷୋୟୀ,ବିନଦକୁମାର ଚୌରାସିୟା, କୁଯାଜାନୀ ଗୁଡା ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ଗରଡା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲା ଟାକ୍ରୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ପ୍ରଥମେ ଅଗ୍ରପୂଜ୍ୟ ଗଣେଶ ଙ୍କୁ ପୁଷ୍ପ ମାଲ୍ୟ ସହ ପୂଜାର୍ଚ୍ଚନା କରାଯାଇଥିଲା।ଏହାପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଅତିଥି ଙ୍କ ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଙ୍କୁ ନିଜ ଅଭିଭାଷଣ ରେ ଉଚ୍ଚଶିକ୍ଷା ର ଅଭିଳାଷ ସହ ସଂସ୍କାର,ନିଷ୍ଠାପର ରେ ଜୀବନ ଶୈଳୀ ଗଢିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଶ୍ରୀ ପାଲକା ରବୀନ୍ଦ୍ର ପିଲାଙ୍କୁ ପ୍ରତ୍ୟେକ ବିଷୟ ଜାଣିବାକୁ ପରାମର୍ଶ ଦେଇଥିଲେ ଏବଂ ଜାଣିଲେ ହିଁ ଜିଣିବ ବୋଲି କହିଥିଲେ।ଛାତ୍ର ଛାତ୍ରୀ ଯାହା କଷ୍ଟ ହେଉ ପାଠ ପ୍ରତି ଧ୍ୟାନ ଦେବାସହ ଯାହା ନ ଆସିଲେ ବି ଲଜ୍ୟା ଭୟ ତ୍ୟାଗ କରି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଚାରିବ ।ବିଦ୍ୟାଳୟରେ ପାଠପଢା ପ୍ରତି ଧ୍ୟାନ ଦେବସହ ନିଜ ଗୁରୁ ମାନଙ୍କ ପ୍ରତି ଉଦାରତା ମନଭାଵ ରଖିବା ସହ ଜୀବନରେ ଉଚ୍ଚ ଅଭିଳାଷ ରଖିବାକୁ ପରାମର୍ଶ ଦେଇଥିଲେ।ଏହା ପରେ ବିଦ୍ୟାଳୟ ର ବିଭିନ୍ନ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ସହ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାବୁଲି ଟାକ୍ରୀ ଉପସ୍ଥିତ ସମସ୍ତ ସାମ୍ବାଦିକ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।ପରିଶେଷରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର