କଳାହାଣ୍ଡି, ୧୭/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ,ବରାଡୋଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳ ରେ କାଳବୈଶାଖୀ ପ୍ରଭାବ ରେ ଅପରାହ୍ନ ରେ ପ୍ରବଳ ମାତ୍ରାରେ କୁଆ ପଥର ବର୍ଷା ହୋଇଛି। ଏଭଳି କୁଆ ପଥର ବର୍ଷା ବିଗତ ୨୦ ବର୍ଷ ମଧ୍ୟରେ ହୋଇ ନଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି। ରାସ୍ତାରେ ୪/୫ ଇଞ୍ଚ ର କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଥିଲା। ବରାଡୋଙ୍ଗା ପଞ୍ଚାୟତ ଶିଉନି ଗାଁ ରେ ରାସ୍ତାରେ କୁଆ ପଥର ର ଆସ୍ତରଣ ରେ ଧଳା ଚାଦର ସଦୃଶ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ଧରି ପବନ ସହ ନିର୍ଘାତ ବର୍ଷା ସହ କୁଆ ପଥର ବର୍ଷା ରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।ଜାତୀୟ ରାଜପଥ ରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଅନ୍ୟପଟେ ଡାଲି ଜାତୀୟ ମୁଗ ବିରି,ସୂର୍ଯ୍ୟମୁଖୀ ଫସଲ ଓ ଚାଷି ଙ୍କ ପନିପରିବା ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗତକିଛ ଦିନ ତଳେ କରଞ୍ଜିଆ ରେ ଘୁର୍ଣ୍ଣି ଝଡ଼ ର ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ କୋକସରା ବ୍ଲକ ଅଞ୍ଚଳ ରେ କାଳବୈଶାଖୀ ପ୍ରଭାବ ରେ ଝଡ଼ ବର୍ଷା ସହ ପ୍ରବଳ କୁଆ ପଥର ମାଡ଼ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
