କଳାହାଣ୍ଡି, ୩୦/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଟକ ଏସସିବି ମେଡିକାଲ କଲେଜର ଆଇସିୟୁରେ ଘଟିଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୧୩ ଜଣ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟିତ୍ବରେ ଥିବା ଡଃ ମୁକେଶ ମହାଲିଙ୍ଗଙ୍କ ଅବହେଳା ହେତୁ ତୁରନ୍ତ ଇସ୍ତଫା ଦାବି କରି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରିବା ସହ ଉଭୟ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଙ୍କ ନେତୃତ୍ୱରେ ଗାନ୍ଧୀ ଛକ ଠାରେ ଶତାଧିକ ବିଜେଡି କର୍ମକର୍ତ୍ତା ୧୩ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ ଅପରାଧ ବୋଲି ଅଭିଯୋଗ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାପାଇଁ ଦାବି କରିଛନ୍ତି। ଏସସିବି କୁ ରୋଗୀମାନେ ସୁସ୍ଥ ହେବାର ଅନେକ ଆଶା ନେଇ ଡାକ୍ତରଖାନାକୁ ଆସନ୍ତି, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କୁ ଏଭଳି ଏକ ଭୟଙ୍କର ମୃତ୍ୟୁର ସାମ୍ନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହୃଦୟ ବିଦାରକ ବୋଲି ଯୁବ ବିଜେଡି କହିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ନଗରପାଳ ବିଷ୍ଣୁ ପ୍ରଧାନ, ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ବରିଷ୍ଠ ବିଜେଡି ନେତା ବଦ୍ରିନାରାୟଣ ପଟ୍ଟନାୟକ, ନୃପରାଜ ଯାଦବ, ନିହାର ମିଶ୍ର, ଦିନେଶ ବଗର୍ତ୍ତି, ଶିବା ସାହୁ, କ୍ଷିରସିନ୍ଧୁ ନାଏକ, ମହେନ୍ଦ୍ର ରାଉତ, ଅବଦୁଲ କାଦିର , ଯୁବ ନେତା ସାମନ୍ତ ଖମାରୀ, ନିଳାମ୍ବର ସାହୁ, ଜୟନ୍ତ ନାଏକ, ଜୟସେନ ସାହୁ, ପିତବାସ ବେହେରା, ମାନସ ସିନ୍ଦୂର, ରଞ୍ଜୁକ୍ତା ପ୍ରଧାନ, ପ୍ରଦୀପ ପ୍ରଧାନ, ହେରାମଣୀ ଗଣ୍ଡ, ଜୟନ୍ତୀ ଅଗ୍ରୱାଲ, ପିଙ୍କି ରାଉତ, ଗିରିଜା ଗହୀର, ରବି ଚନ୍ଦ୍ର ନାଏକ , ଉତ୍ପଳ ଦାସ, ପର୍ଶୁରାମ ସାହୁ , ପ୍ରମୁଖ ଯୋଗଦେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

