Hot Posts

6/recent/ticker-posts

ମହୁମାଛି ଆକ୍ରମାଣରେ ଜଣେ ମୃତ୍ୟୁ ପନ୍ଦରରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆହତ

ଝରିଗାଁ, ୩୦/୦୩ (ନକୁଳ ଭତ୍ରା) : ଆଜି ଅପରାହ୍ନରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଘଟଣା ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ପ୍ରକାରେ ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତ ର ସ୍ଥାନୀୟ କଳସ ଯାତ୍ରା ଚାଲିଥିବା ବେଳେ ମାଁ ଜଗତ ଜନନୀ ଙ୍କ କଳସ ଗାଁ ପରିକ୍ରମା କରୁଥିବା ସମୟରେ ସ୍ଥାନୀୟ ହାଟପଦା ନିକଟରେ ଥିବା ବ୍ୟବସାୟୀଙ୍କ ଘରେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣ ଯୋଗୁଁ ପୀତବାସ ମାଝୀଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣ ପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ତେବେ ପୀତବାସ ଙ୍କୁ ଡାକ୍ତର ଆଣିବା ବାଟରେ ହିଁ ମୃତ୍ୟୁ ହୋଇଥିବା କହିଥିଲେ। ଅନ୍ୟପକ୍ଷେ ଏହି ଘଟଣାରେ ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ମହୁମାଛି ଆକ୍ରମଣରେ ପ୍ରାୟ ପନ୍ଦର ରୁ ଉର୍ଦ୍ଧ ମହିଳା ଯୁବତୀ ପୁରୁଷ ଆକ୍ରମଣର ଶିକାର ହୋଇଥିଲେ। ହେଲେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣା ପଡିଛି। ପୀତବାସ ଙ୍କ ଏହି ଅକାଳ ବିୟୋଗ ନେଇ ମୃତ ପିତବାଦଙ୍କ ଜୋଇଁ ଡମୁ ଶୌରା ଝରିଗାଁ ଥାନାରେ ରିପୋର୍ଟ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ମହୁମାଛି ଆକ୍ରମଣ ର ଶିକାର ହୋଇଥିବା ଏକାଧିକ ଘଟଣା ସାମନା କୁ ଆସିଛି। ବନ ବିଭାଗ ପକ୍ଷରୁ ଶୋକାକୁଳ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ମୃତକଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ଓ ପରିବାର ଲୋକେ ନିବେଦନ କରିଛନ୍ତି। ସୂଚନା ଥାସୁକି ମୃତ ପିତବାସଙ୍କ ପରିବାର କହିଲେ ଦୁଇ ଝିଅ ଅଛନ୍ତି । ବଡ଼ ଝିଅ ବନିତା ମାଝୀ( ୨୫)ବାହା ହୋଇଥିବା ବେଳେ ଭିନ୍ନକ୍ଷମ ଝିଅ ସସ୍ମିତା ମାଝୀ ଘରେ ଅଛନ୍ତି। ପିତାବାସଙ୍କ ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ବର୍ଗ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।