Hot Posts

6/recent/ticker-posts

ଡୁମୁରିପଦର ଗ୍ରାମପଞ୍ଚାୟତରେ ସଚେତନ ଓ ଅଭିଯୋଗ ଶୁଣାଣି ଶିବିର ଓ ପଞ୍ଚାୟତ କାର୍ଯ୍ୟାଳୟକୁ ନୂତନ ରାସ୍ତାର ଉଦଘାଟନ ଉତ୍ସବ ଅନୁଷ୍ଠିତ ।

କୋରାପୁଟ, ୩୦/୦୩ ( ବିପିନ କୁମାର ହିଆଲ ) :  କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗ୍ରାମ ପଞ୍ଚାୟତରେ ସଚେତନ ଓ ଅଭିଯୋଗ ଶୁଣାଣି ଓ ଗ୍ରାମ ପଞ୍ଚାୟତକୁ ନୂତନ ରାସ୍ତାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମନିଷା ହୁଇକାଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ଗୋଉଡ ଓ ବ୍ଲକ ସଭାପତି ଶ୍ରୀମତୀ ନମିତା ମାଝୀ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରିତ ହୋଇ ନୂତନ ରାସ୍ତା ଉଦଘାଟନ କରିଥିଲେ ତତ୍ପରେ ପଞ୍ଚାୟତର ପ୍ରାୟ ୧୫ ଗୋଟି ଗ୍ରାମରୁ ଆସିଥିବା ଅନେକ ଲୋକଙ୍କ ସମାବେଶ ରେ ନୂତନ ରାସ୍ତା ଉପରେ ପ୍ରସେସନ୍ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରବେଶ କରାଯାଇ ଶ୍ରୀ ଦେବାଶିଷ ଗୌଡ଼ କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସଚେତନ ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ୨୪ ଗୋଟି ଅଭିଯୋଗ ତାଲିକାଭୁକ୍ତ କରାଯାଇଛି ତା ମଧ୍ୟରୁ ୨୩ଟି ସାମୁହିକ ଭାବେ ଓ ଗୋଟିଏ ବ୍ୟକ୍ତିଗତ ଅଭିଯୋଗ । ବିଶେଷତ୍ୱ ନୂତନ ରାସ୍ତା ନିର୍ମାଣ , ପାନୀୟ ଜଳଯୋଗାଣ ଓ ନୂତନ ଡ୍ୟାମ ନିର୍ମାଣ ଉପରେ ଅଭିଯୋଗ ତାଲିକାଭୁକ୍ତ କରାଯାଇଛି,ସେଥିରୁ ଯାହା ପ୍ରଯୁଜ୍ୟ ଓ ଯୁକ୍ତିଯୁକ୍ତ ତାହାରି ଉପରେ ସରକାରୀ ସ୍ତରରେ ବିଚାରକରି କାର୍ଯ୍ୟକାରୀ କରିବାକୁ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ଗୋଉଡ ଓ ବ୍ଲକ ଚ୍ୟାରମେନ ଶ୍ରୀମତୀ ନମିତା ମାଝୀ ନୂତନ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଥିରେ ଏଡିଇଓ ଶ୍ରୀ ଭୌମ୍ୟରଞ୍ଜନ ନାୟକ, ଜିଡିପିଓ ଶ୍ରୀ ଅଶୋକ କୁମାର ଶତପଥୀ, ସମିତି ସଭ୍ୟା ଶ୍ରୀମତୀ ଚନ୍ଦ୍ରିକା ବିଷୋୟୀ,ସରକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ କମୁଲୁ ମୁଣ୍ଡାଗଡିଆ ଓ ସମାଜସେବୀ ଭାଇମାନେ ଯଥା; ଶ୍ରୀ ଚନ୍ଦ୍ରୁ ସାଉଁନ୍ତା,ଅଭୀ ସାଉଁନ୍ତା ଓ ଜଙ୍ଗଲ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସହ ମିଶନ ଶକ୍ତିର କର୍ମଚାରୀ ଏବଂ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ଜନତା ଉପସ୍ଥିତ ଥିଲେ । ମିଷ୍ଟନ ବଣ୍ଟନ ଓ ମଧ୍ୟାହ୍ନ ଭୋଜନ ପାନର ବନ୍ଦବୋସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ଊତ୍ତମ ପ୍ରସ୍ତୁତି ଓ ପଞ୍ଚାୟତ ନିବାସୀକୁ ପ୍ରେମ ପ୍ରଦର୍ଶନ କରି ପ୍ରଶଂସାର ପାତ୍ରୀ ଭାବରେ ପ୍ରଶଂସିତ ହେଲେ ।



କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନ୍ୟୁଜ୍