Hot Posts

6/recent/ticker-posts

ଆଦିବାସୀ ଅଞ୍ଚଳରେ ଉଚ୍ଚ ଶିକ୍ଷାର ସୁଯୋଗ: ‘Neuclone Kota’ ଯୋଜନାର ଶୁଭାରମ୍ଭ

ରାୟଗଡ଼ା, ୨୦/୦୩ ( ଭି. ଗୌରି ଶଙ୍କର ରାଓ ) : ଶିକ୍ଷା ର ଉନ୍ନତି ର ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇ ଥିବା ଅଭ୍ୟାସ ଟେକ୍ନୋ ସ୍କୁଲ , ପଦ୍ମପୁର ଆଜି ହିନ୍ଦୁ ନବ ବର୍ଷ ର ଅବସରରେ ଅନ୍ୟ ଗୋଟିଏ ନୂତନ ଶିକ୍ଷା ର ଆରମ୍ଭ କରିଛି । ଆଦିବାସୀ ଅଦୁଷିତ ଅଞ୍ଚଳ ରେ ଗରିବ ପିଲାମାନେ ଯେଉଁ ଶିକ୍ଷା ପାଇଁ ବାହାର ରାଜ୍ୟ ତଥା ଅଞ୍ଚଳ କୁ ଯାଇ ପାରୁ ନଥିଲେ, ତାହା ଏଠାରେ ଯୋଗାଇବା ମହାନ୍ ଉଦ୍ଦେଶ୍ୟ ରେ ଆରମ୍ଭ କରିଛି ନୂତନ ଶିକ୍ଷା ପ୍ରଣାଳୀ ର ଭରସା ଯୋଗ୍ୟ ଅନୁଷ୍ଠାନ ନିଉକ୍ଲୋନ କୋଟା (Neuclone kota)  IIT,JEE,NEET,NDA ଭଳି ଅପହଞ୍ଚ ଶିକ୍ଷା କୁ ଆମ ଅଞ୍ଚଳ ର ପିଲାଙ୍କୁ ପହଞ୍ଚାଇବା ଏହି ଅନୁଷ୍ଠାନ ର ଲକ୍ଷ୍ୟ ।ସୁଦୂର ରାଜସ୍ଥାନ କୋଟା ରୁ ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା ଏହି ଶିକ୍ଷା ପ୍ରଦାନ କରି ଅଭିଭାବକ ମାନଙ୍କ ସ୍ବପ୍ନ କୁ ସାକାର କରିବା ଉଦ୍ଦେଶ୍ୟ ରେ ଅଭ୍ୟାସ ଟେକ୍ନୋ ସ୍କୁଲ ଏହି ଶିକ୍ଷା ପ୍ରଣାଳୀ କୁ ଆରମ୍ଭ କରି ଅଛି ।ଖାସ୍ କରି ଝିଅ ମାନଙ୍କ ସୁବିଧା ନିମନ୍ତେ ପଦ୍ମପୁର ରେ ହିଁ ଏହି ବ୍ୟବସ୍ଥା କରିଛି । ପଦ୍ମପୁର ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ନିକଟରେ ଥିବା ସିଦ୍ଧୁ ଟ୍ୟାକ୍ସ ଟାଇଲ୍ସ ଦୋକାନ ପାଖରେ ଏହା ବର୍ତ୍ତମାନ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ସାରିଛି ।ତେଣୁ ଯଥାଶୀଘ୍ର ରେଜିଷ୍ଟ୍ରେସନ କରାଇ ନିଅନ୍ତୁ ।ନଚେତ୍ ଏହା ମାତ୍ର କୋଡ଼ିଏ ପିଲାଙ୍କୁ ନେଇ ହିଁ କ୍ଲାସ ହେବ ।୧୦ ଦିନ ଫ୍ରୀ କ୍ଲାସ ରହିବ ।ଇଚ୍ଛୁକ ପିଲା ଯାଇ ଭଲ ଲାଗିଲେ କ୍ଲାସ ଜାରି ରଖି ପାରିବେ । ଅଧିକା ବିବରଣୀ ନିମନ୍ତେ ଯୋଗାଯୋଗ ଠିକଣା -7978566088 .