ଉଗାଦି ପାଳିଲେ ରବିସେନା ୟୁଥ୍।
ରାୟଗଡ଼, ୨୦/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସହର ଚେକାଗୁଡା ଠାରେ ରବି ସେନା ୟୁଥ୍ ପକ୍ଷରୁ ଉଗାଦି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ୟୁଥ୍ ପକ୍ଷରୁ ଉଗାଦି ଉତ୍ସବ ପଡିଆ ଠାରେ ପଞ୍ଚାଙ୍ଗ ପଠନ, ଉଗାଦି ଆମ୍ବ ଚଟଣୀ ବଣ୍ଟନ, ଗୀତା ପାରାୟଣ ସହିତ ସୁଦୂର ଆନ୍ଧ୍ର ପ୍ରଦେଶରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର କୁନି କୁନି କଳାକାର ମାନେ ମଧ୍ୟ ଅତି ସୁନ୍ଦର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବୋଲି ଉତ୍ସବ କମିଟିର ଆୟଜକ ରବି ରେଡି କହିଛନ୍ତି l ଉଗାଦି ଉପଲକ୍ଷେ ରିଙ୍ଗ ରୋଡ ସ୍ଥିତ ଡି.ଆଇ.ସି ଛକ ଠାରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଜନସାଧାରଣଙ୍କୁ ପଣା ବଣ୍ଟନ କରାଗଲା । ନେଇ ତ୍ୟ 5l ସନ୍ଧ୍ୟା ସମୟରେ ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ରାୟଗଡ ସହର ର କ୍ଷାଟିନାମା କଳାକାର ଓ ବିଶାଖପାଟନମ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପସରିବେଷଣ କରାଯିବ ବୋଲି ରବି କହିଛନ୍ତି l ଏଥିସହିତ ଉପସ୍ଥିତ ଜନସାଧାରଣ ଅଭିଯୋଗ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ଜଣାଇଛନ୍ତି l ଚେକାଗୁଡା ଠାରେ ପ୍ରଥମ ଥର ପାଇଁ ଏହି ଉଗାଦି ଉତ୍ସବ ଅନୁଷ୍ଠିତ ହେବା ଯାଉଛି ଜନସାଧାରଣ ଙ୍କୁ ଅନୁରୋଧ ବହୁ ସଂଖ୍ୟାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା କୁ ନିବେଦନ କରିଛନ୍ତି l