କୁମ୍ଭାରପଡ଼ା ରାମଲୀଳା ଆଖଡ଼ା ଆରମ୍ଭ
କର୍ଲାମୁଣ୍ଡା, ୨୦/୦୩ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସଂସଦ ରିଷିଡ଼ା କୁମ୍ଭାରପଡ଼ା ପକ୍ଷରୁ ଆୟୋଜିତ ହେବାକୁ ଥିବା ରାମଲୀଳା ପାଇଁ ମଙ୍ଗଳବାର ଦିନ ଠାରୁ ଆଖଡ଼ା ଆରମ୍ଭ ହୋଇଛି । ଚଳିତ ବର୍ଷରୁ ପ୍ରଥମ କରି ଏହି ଆଖଡ଼ା ହେଉଥିବାରୁ କଳାକାର ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରିଷିଡ଼ା କୁରାଳ ସଭାଗୃହ ରେ ବରିଷ୍ଠ କଳାକାର ମୋହନଲାଲ ରଣା ପୂଜାର୍ଚ୍ଚନା କରିବା ପରେ ଆଖଡ଼ା ଆରମ୍ଭ ହୋଇଥିଲା । ଏଥିରେ ସଭାପତି ସୁରେନ୍ଦ୍ର ରଣା, ସଂପାଦକ ମନୋଜ ରଣା ଓ କୋଷାଧ୍ୟକ୍ଷ ପ୍ରଦିପ ରଣା, ବେଲାର ପୁଟେଲ, ସୁଶାନ୍ତ ମଲ୍ଲିକ, ରମେଶ ବାରିକ, ହେମ ରଣା, ନିମାଇଁ ରଣା, ଚରଣ ରଣା, ବଡ଼ ରଣା, ସାନ ରଣା, ଟିଟୁ ମଲ୍ଲିକ, ପ୍ରେମା ମଲ୍ଲିକ, ଦୀପା ରଣା, ସୁରେନ୍ଦ୍ର ରଣା, ବିମଳ ରଣା, ଡୋଲଶ୍ଵର ରଣା, ଲିଙ୍ଗ ରଣା, ଅମିତ ରଣାଙ୍କ ସମତେ ଅନ୍ୟ ମାନେ ଉପସ୍ଥିତ ଥିଲେ ।