ପେରମଞ୍ଜି, ୦୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଥୁଆମୂଲ ରାମପୁର ବ୍ଲକ କର୍ଲାପାଟ ଗ୍ରାମପଞ୍ଚାୟତ ର ପେରମଞ୍ଜି ମୁଖ୍ୟରାସ୍ତା ବସଷ୍ଟପ ବିଶ୍ଵ କିରାନା ଷ୍ଟୋର ପରିସରରେ MCKS. Food for the Hungry Foundation ଦିଲ୍ଲୀ ସଂଗଠନ ତରଫରୁ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ର ଆଜି ଅତିଥି ମାନଙ୍କ ଦ୍ଵାରା ଓ ଏହି ସଂଗଠନ ର ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ କଳାହାଣ୍ଡି ର ଦୁର୍ଗମ ଅଞ୍ଚଳ ରେ ଦୀର୍ଘ ୧୮ ବର୍ଷ ହେଲା ନିଜ ପ୍ରଚେଷ୍ଟା ଓ ବିନା ପାରିଶ୍ରମିକରେ ସ୍ଵେଚ୍ଛାକୃତ ଭାବରେ ତୁଲାଉଛନ୍ତି ଓକିଲ ସିଦ୍ଧାର୍ଥ ନାୟକ ଏବଂ ସମାଜସେବୀ ଅଶୋକ କୁମାର ସିଂହ ଙ୍କ ତତ୍ବାବଧାନରେ ଉଦଘାଟିତ ହୋଇଯାଇଛି। ଏହି ଥୁଆମୂଲ ରାମପୁର ବ୍ଲକ ର ଏହି ୧୦ ଟି ପଞ୍ଚାୟତ ରେ ପ୍ରଥମ କମ୍ପ୍ୟୁଟର ତାଲିମ କେନ୍ଦ୍ର ହୋଇଥିବାରୁ ଆଖପାଖ ଅଞ୍ଚଳ ତଥା ବ୍ଲକ ର ଅଧିକାଂଶ ଲୋକଙ୍କ ଉତ୍ସାହ ବଢ଼ିଉଠିଛି । MCKS ସଂଗଠନ କେବଳ ଏହି ଗ୍ରାମାଞ୍ଚଳ ର କମ୍ପ୍ୟୁଟର ଶିକ୍ଷା କାହିଁକି ଏହି ଦୁର୍ଗମ ପାହାଡ଼ ଅଞ୍ଚଳର ଶିକ୍ଷାର ବିକାଶ, ପାଇଁ ଦୀର୍ଘ ୧୫ ରୁ ୨୦ ବର୍ଷ ହେଲା ଦୁର୍ଗମ ଗ୍ରାମାଞ୍ଚଳରେ ୨୦ ରୁ ୨୫ ଟି ଗୋଟିଏ ଗୋଟିଏ ସାମାଜିକ ଶିକ୍ଷାକେନ୍ଦ୍ର ଗ୍ରାମ ମାନଙ୍କରେ ସେହି ଗ୍ରାମର ଶିକ୍ଷିତ ଲୋକଙ୍କୁ ନିୟୋଜିତ କରି ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ପାଇଁ ଏକ ରାନ୍ଧୁଣିଆ କୁ ଗ୍ରାମବାସୀଙ୍କ ଦ୍ବାରା ଚିହ୍ନଟ କରି କିଛି ପାରିଶ୍ରମିକ ଦେଇ ଏକ MCKS Education Center ମାଧ୍ୟମରେ ପ୍ରତିଦିନ ଶିକ୍ଷାଦାନ କରାଯାଉଛି ଏହାର ସୁପରିଚାଳନା ତଦାରଖ ପାଇଁ କର୍ଲାପାଟ ର କୃଷ୍ଣ ଗୋପାଳ ସିଂହ ଙ୍କୁ କାର୍ଯ୍ୟକ୍ରମ ସଂଯୋଜକ ରୂପେ ନିଯୁକ୍ତି କରି ଶିକ୍ଷା ଦାନ ଦେଉଛନ୍ତି । ତା ସହିତ ରିଲିଫ୍ ବଣ୍ଟନ, କମ୍ବଳ, ପ୍ୟାଣ୍ଟ୍ ସାର୍ଟ ବଣ୍ଟନ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବିତରଣ କରାଯାଇଥାଏ। ଆଜି ଏହି କମ୍ପ୍ୟୁଟର ତାଲିମ କେନ୍ଦ୍ର ରେ ମୁଖ୍ୟ ଅତିଥି ଭାବେ ଉକ୍ତ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କାମପାଳ, ମୁଖ୍ୟ ବକ୍ତା ଭବାନୀପାଟଣା ର ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଇନ୍ଦ୍ରଜିତ ମହାକୁଡ , ଅଞ୍ଚଳର CRCC ରଶ୍ମି ରଂଜନ ସେଠୀ, ହେମରାଜ୍ କୁମାର, ସୁରେନ୍ଦ୍ର ମାଝୀ,, ଶିକ୍ଷା ବିଭାଗ ର ମଧୁସୂଦନ ରାଜପୁତ, ସରପଞ୍ଚ, କର୍ଲାପାଟ ବିଶ୍ଵନାଥ ମାଝୀ, ସରପଞ୍ଚ କିଆପଦର ଲଖିଧର ମାଝୀ ଓ ଗୁଣପୁର ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ ,ଯୋଗଦେଇ ଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ୨୨ଜଣ ଶିକ୍ଷାର୍ଥୀ ପଞ୍ଜିକରଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

