Hot Posts

6/recent/ticker-posts

ମହିଳା ଅଧିକାର କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, ୦୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ନାରୀ ଯେତେବେଳେ ସଂକଳ୍ପ ନିଏ ସେତେବେଳ ସବୁକିଛି ସମ୍ଭବ ହେଇଯାଏ । ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ବାସ୍ତବତା ଆଡ଼କୁ ଗତି କରୁଛି ବୋଲି ମଞ୍ଚାସିନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଆନ୍ତର୍ଜାତିକ ମହିଳା ଦିବସ ୨୦୨୬ ଅବସରରେ ମହିଳା ଅଧିକାର ଉପରେ ଏକ କର୍ମଶାଳା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ସ୍ଥିତ କର୍ତ୍ତବ୍ୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ ସ୍ୱେଚ୍ଛାସେବୀ ସଂଗଠନ "କର୍ତ୍ତବ୍ୟ" ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜୁନାଗଡ଼ ଓ ଧର୍ମଗଡ ବ୍ଲକ ର ୫୨ ଜଣ ମହିଳା ଯୋଗଦେଇଥିଲେ। ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ମଶାଳାରେ , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟଳୟ ର ମୋହନ ନାଏକ ଜେଣ୍ଡର ସ୍ପେସିଆଲିଷ୍ଟ, ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରକଳ୍ପ ପରିଚାଳକ ରିଲାଏନ୍ସ ଫାଉଣ୍ଡେସନ, ଆଶୋକ ପଟ୍ଟନାୟକ ମୂଖ୍ୟ ନିର୍ବାହୀ କର୍ତ୍ତବ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନର ଟେକ୍ନିକାଲ ଲିଡ ସୁଶ୍ରୀ ରାଧା ଠାକୁର, ସୁଶିଲ କୁମାର ବେହେରା ଅନଲାଇନରେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଡିଜିଟାଲ କୌଶଳ ଏବଂ ପ୍ରଯୁକ୍ତି ଜ୍ଞାନ, ମହିଳା ମାନଙ୍କ ଆଇନଗତ ଅଧିକାର ଓ ସଚେତନତା, ମହିଳା ଉଦ୍ୟମି ମାନଙ୍କ ବଜାର ସୁବିଧା ପ୍ରାପ୍ତି ତଥା ଆର୍ଥିକ ସାକ୍ଷରତା ଓ ସଶକ୍ତିକରଣ ଉପରେ ଅତିଥି ମାନେ ବିସ୍ତୃତ ଭାବେ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। କର୍ତ୍ତବ୍ୟ ତରଫରୁ ଆଜି ବଣ୍ଡାକୁଟ୍ରା ସମେତ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଜୟପାଟଣା ଓ ଥିଆମୂଲ୍ ରାମପୁର ବ୍ଲକରେ ମଧ୍ୟ ଅନୁରୂପ ଭାବରେ ମହିଳା ଅଧିକାରକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୨୦୦ ରୁ ଉର୍ଦ୍ଧ ମହିଳା ଏହି କର୍ମଶାଳାରେ ଭାଗନେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥଲେ। 



କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍