ବିଜୁ ଜନତା ଦଳର ବିଜୁ ଜୟନ୍ତୀ ପାଳନ।
ଜୟପୁର, ୦୫/୦୩ ( ଏ. ଭେଙ୍କଟ ରାଓ ) : ଜୟପୁର ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ବାଲା ରାଇ, ହର ମିଶ୍ର, ଦେବେନ୍ଦ୍ର ଅଧିକାରୀ, ଧନ ଖୋରା, ବାଲିଙ୍କି ରାଓ, ଗଣେଶ ପାଢି, ନାଗୁ ଦୋରା,ମହେନ୍ଦ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସାଧାରଣ ସଭାରେ ସ୍ମୁତି ଚାରଣ କରିବା ସହ ରାଜ୍ୟ ସ୍ତରରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ଦାବୀର ଯଥାର୍ଥତା ରୋହିଥିବା କହିଥିଲେ। ତତ୍ ପରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ ଏକ ଅଭିଯୋଗ ପତ୍ର ଦୁର୍ନିତୀ ନିବାରଣ ବିଭାଗ ଅଧିକ୍ଷକଙ୍କୁ ଦେଇଥିଲେ ଏଥିରେ ବସ ପରମିଟ ପାଇଁ ମିଥ୍ୟା ସ୍ଵାସ୍ଥ୍ୟ ସାର୍ଟିଫିକେଟ ଦେବା, ପୌରର ପାର୍କ ଗୁଡ଼ିକରେ ଲାଗିଥିବା ଯନ୍ତ୍ରାଂସ ନିମ୍ନ ମାନର, ନଅ କୋଟି ଟଙ୍କାର ଟେଣ୍ଡରରେ ଅନିମୀୟତତା ଇତ୍ୟାଦି ଉପରେ ତଦନ୍ତ କରିବାକୁ ଲିଖିତ ଦାବୀ କରିଥିଲେ। ପୌର ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ନେବାର ବିଜୁ ଜନତା ଦଳର ତଦନ୍ତ ପାଇଁ ଦେଇଥିବା ଅଭିଯୋଗ ଗୁଡ଼ିକୁ ଖଣ୍ଡନ କରିଛନ୍ତି।