ଧର୍ମଗଡ଼, ୦୨/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଧର୍ମଗଡରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ, ଏହି ମାମଲା ରେ ତିନି ଜଣ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ l ଗିରଫ ବ୍ୟକ୍ତି ହେଲେ ବିହାର ରାଜ୍ୟ ର ବୋଲି ଜଣା ପଡିଚି l ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳ ରେ ମଦ ସପ୍ଲାୟା କରୁଥିଲେ l ତେବେ କୌଣସି ସୂତ୍ରରୁ ଖବର ପାଇଁ ଆଜି ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀ ର ଷ୍ଟିକର, ଖାଲି ବୋତଲ, ଠିପି ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ ସୂଚନା ଦେଇଛନ୍ତି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

