କଳାହାଣ୍ଡି, ୦୨/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ଭାଙ୍ଗୁଛି ବିରୋଧି ଗଡ଼ , ବିଜେଡି କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ୩୦୦ରୁ ଉର୍ଦ୍ଧ୍ବ ସରପଞ୍ଚ, ସମିତି ସଭ୍ୟ, ଯୁବନେତା ଓ ସମାଜସେବୀ। କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନ ରେ ଫଳାଫଳ ବିଜେପି ପାଇଁ ସନ୍ତୁଷ୍ଟ ନଥିଲା। ଦିର୍ଘ ସମୟ ଧରି ବିଜେଡି ର ଦବଦବା ଜାହିର କରିଥିବା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ, ରୁ ଚର୍ଚ୍ଚିତ କୁଡିଆକନ୍ଧ ଆନ୍ଦୋଳନକାରୀ ନେତ୍ରୀ ସମାଜସେବୀ ଫୁଲମେ ମାଝୀ ସମେତ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ, ସମିତିସଭ୍ୟ ଯୋଗଦେଇଛନ୍ତି। ସେହିଭଳି ଜୁନାଗଡ଼ ,ଧର୍ମଗଡ ଓ ନର୍ଲା , ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରୁ ମଧ୍ୟ ସରପଞ୍ଚ,ସମିତିସଭ୍ୟ ଓ ସମାଜସେବୀ , ବିଜେଡି, କଂଗ୍ରେସ କର୍ମୀ ଓ ନେତା ମାନେ ଯୋଗଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

