ଶ୍ରୀ ରାଧାକୃଷ୍ଣ ମନ୍ଦିର ରତ୍ନମୁଦ ଉତ୍ସବ
କର୍ଲାମୁଣ୍ଡା, ୦୨/୦୩ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ରିଷିଡା କନ୍ଧପଡା ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ବନ ଯାଗ ଓ ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳ ୬ଘ. ୨୦ ମି. ରୁ ୯ଘ. ମଧ୍ୟରେ ବନଯାଗ କରାଯାଇଥିଲା ଓ ସାଢ଼େ ୧୧ ଟା ରୁ ରତ୍ନମୁଦ ଆରମ୍ଭ ହୋଇଥିଲା । ଏଥିରେ କର୍ତ୍ତା ଭାବେ ଅଶ୍ୱିନୀ ମାଝୀ ଓ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ମାଝୀ ରହିଥିବା ବେଳେ ଅଜିତ ମିଶ୍ର, ସୂର୍ଯ୍ୟମଣି ମିଶ୍ର ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ଗ୍ରାମର ଶହ ଶହ ନରନାରୀ ଲମ୍ବା ଧାଡ଼ିରେ ରହି ମନ୍ଦିର ଚୁଡ କୁ ଯାଇ ଅଷ୍ଟଧାତୁ ଓ ଧାନ ଭରିଥିଲେ । ମନ୍ଦିର କମିଟି ର ସଭାପତି କ୍ଷମାନିଧି ସାହୁ, ଉପସଭାପତି ପଙ୍କଜ ଭୋଇ, ସଂପାଦକ ଅନ୍ତର୍ଯ୍ୟାମୀ ମଲ୍ଲିକ, ସହସଂପାଦକ ଫକୀର ଚରଣ ଭୋଇ, ସଂଯୋଜକ ଜଗଦୀଶ ଭୋଇ ଙ୍କ ତତ୍ୱାବଧାନରେ ସମସ୍ତ କମିଟି ସଦସ୍ୟ ଗ୍ରାମବାସୀ ସହଯୋଗ କରିଥିଲେ । ସନ୍ଧ୍ୟାରେ ସୁରସଙ୍ଗମ ରିଷିଡା ର କଳାକାର ମାନେ ଭଜନ ସମାରୋହ ଓ ନୃତ୍ଯ ପରିବେଷଣ କରିଥିଲେ ।