Hot Posts

6/recent/ticker-posts

ମାଜେଷ୍ଟୀ କିଆ ଏବଂ ଟାଟା ମୋଟର୍ସ ତରଫରୁ ରକ୍ତଦାନ ଶିବିର ଆୟୋଜିତ।

ଜୟପୁର, ୦୭/୦୩ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ମାଜେଷ୍ଟି କିଆ ଟାଟା ମୋଟୀର୍ସ ଓ ଓଡ଼ିଶା ରକ୍ତଦାତା ମହାସଂଘ ଆନୁକୁଲ୍ୟରେ ଦୁଇଟି ପୃଥକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କିଆ ସୋରୁମ ଓ ଟାଟା ମୋଟର୍ସ ପରିଷରରେ ଅଡିଟରିୟମ୍ ମଧ୍ୟରେ ଆୟୋଜିତ୍ ହୋଇଯାଇଅଛି। ଉକ୍ତ ଶିବିରକୁ ସଂସ୍ଥାର ମୁଖ୍ୟ ମୀନକେତନ ସାହୁ ଓ ସମ୍ମାନିତ ଅତିଥି ଭାବେ ଏସ ବି ଆଇ ରିଯୋନାଲ ମ୍ୟାନେଜର ସୁବାଷ ଚନ୍ଦ୍ର ବେହେରା ନିଜେ ରକ୍ତଦାନ କରି ଶିବିର ଉଦ୍ଘାଟନ କରିଥିଲେ । ଏଫ୍.ବି.ଡି.ଓ.ଓ.ର ପ୍ରବର୍ତ୍ତକ ପ୍ରମୋଦ କୁମାର ରାଉଳ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରୁ କିଆ ଶୋରୁମ୍ରୁ ୨୪ ୟୁନିଟ୍ ରକ୍ତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲ ସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ଭି ଗଙ୍ଗାଧର, ସଞ୍ଜୟ ସିଂ ଓ ରବୀନ୍ଦ୍ର ମିଶ୍ର ଙ୍କ ଦ୍ଵାରା ସଂଗୃହୀତ ହେଲାବେଳେ, ଟାଟା ଶୋ ରୁମରୁ ଓଡ଼ିଶା ରକ୍ତ କେନ୍ଦ୍ର ଜୟପୁରର ଲକ୍ଷ୍ମୀକାନ୍ତ ଗାଇନି,ଅଭୟ ପଣ୍ଡା ଓ ସୁନିତା ଙ୍କ ପ୍ରତ୍ୟକ୍ଷ, ତତତ୍ଵାବଧାନରେ ତାଙ୍କ ସହଯୋଗୀ ମାନେ୧୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଅତିଥି ଭାବେ କିଆ ମହାପ୍ରବନ୍ଧକ ଯୁଲେଶ କୁମାର ସାହୁ, ଯତୀନ କୁମାର, ସୋମନାଥ ପରିଡ଼ା, ଓ ଟାଟାର ଏଚ ଆର ମୁଖ ଅଙ୍କିତା ପାଇକିରାଏ ,ସଲମାନ୍, ସ୍ଵେତା ସାହୁ, ମମତା ବିଶ୍ଵାଳ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।