ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୭/୦୩ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର ଜୟପୁରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ, ହୋଇଯାଇଛି ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ , ଶ୍ରୀ ନିରଞ୍ଜନ ପାଣିଗ୍ରାହୀ,ବରିଷ୍ଠ ଶାରୀରିକ ଶିକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ କରାଇବା ଦିଗରେ ଅଭିଭାବକଙ୍କ ଭୂମିକା କ’ଣ ରହିବା ଆବଶ୍ୟକ ସେ ବିଷୟରେ ମୁଖ୍ୟ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁ ବାଟିକା ଗୁରୁମା ମାନେ ପ୍ରାୟୋଗିକ କାଳାଂଶ ମାଧ୍ୟମରେ ଅଭିଭାବକ ଅଭିଭାବିକାମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୩ ଜଣ ଶିଶୁଙ୍କ ସହିତ ୭୦ଜଣ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ତ୍ୱରାନ୍ୱିତ କରିଥଲେ । ଅନ୍ୟତମ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ବିଜୟ କୁମାର ଭଟ୍ଟ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଫଳତାରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।