Hot Posts

6/recent/ticker-posts

ମୃତ ଦୁଇ ଯୁବକଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବରୀ, ୦୭/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ଯଅଁପଡ଼ା ଗ୍ରାମର ମଧୁସୂଦନ ବେଉରିଆଙ୍କ ପୁଅ ହିରନ୍ୟ କୁମାର ବେଉରିଆ ଗୁରୁବାର ଦିନ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଏବଂ ସେହି ଗ୍ରାମର ପ୍ରମୋଦ କୁମାର ସେଠି ନାମକ ଅନ୍ୟ ଜଣେ ଯୁବଙ୍କର ଟାଟା କମ୍ପାନରେ କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଉଭୟ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଯୁବ ସମାଜ ସେବୀ ଶୁଭ୍ର ଜେନାଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଦୁଇ ମିନିଟ ନୀରବ ପ୍ରାଥନା କରାଯାଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶତାଧିକ ଲୋକ ଯୋଗଦେଇ ଯଅଁପଡ଼ା ସ୍ଥିତ ମାଉସୀ ମା ମନ୍ଦୀର ପୀଠରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ମୃତ ଯୁବକଙ୍କ ପରିବାର ନିକଟରେ ପହଞ୍ଚି ସ୍ୱାନ୍ତନା ଦେଇଥିଲେ। ପରିକ୍ରମା ଶେଷରେ ଗ୍ରାମ ଦେବତିଙ୍କ ମନ୍ଦିର ଠାରେ ପ୍ରାଣ ହରାଇଥିବା ଦୁଇ ଯୁବକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥାନା କରଯାଇଥିଲା। ଆଜିର କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶୁଭ୍ର ଜେନାଙ୍କ ସହିତ ବିଜୟ ନାୟକ, ସୁବାଷ ନାୟକ, ଅବିନାଶ ଦାଶ, ଜଗବନ୍ଧୁ, ରତ୍ନାକର, ଧୁନାଦାସ, ରମେଶ ପ୍ରମୁଖ ଯୋଗ ଦେଇଥିଲେ ।