Hot Posts

6/recent/ticker-posts

ବରୀରେ ବୁଢ଼ା ଗୋସାଇଁ ଜୀଉଙ୍କ ମେଳଣ ଉତ୍ସବ ଅନୁଷ୍ଠିତ

ବରୀ, ୦୪/୦୩ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ଅନ୍ୟତମ ପୁରାତନ ଅରଙ୍ଗାବାଦର ଶ୍ରୀ ଶ୍ରୀ ବୁଢ଼ା ଗୋସାଇଁ ଜୀଉଙ୍କ ମେଳଣ ଆନନ୍ଦ ଉଲ୍ଲାସ ସହିତ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଫଗୁ ଦଶମୀରୁ ଆରମ୍ଭ ହୋଇଥିବା ଦୋଳ ମିଳନ ପର୍ବର ଅନ୍ତିମ ପର୍ବ ଆଜି ସମାପ୍ତ ହୋଇଛି । ପ୍ରତିବର୍ଷ ପରି ସ୍ଥାନୀୟ ଅଞ୍ଚଳର ୬ଟି ବିମାନ ସହିତ ମୋଟ ୭ଟି ବିମାନ ଚଳିତ ମେଳଣରେ ଭାଗ ନେଇଥିଲେ । ଅରଙ୍ଗାବାଦ, ବନ୍ଧଡିହ, ନୂଆଗାଁ, ବାଲିଆପାଳ, ଗୋବିନ୍ଦାବାଟି, ଅଲିପୁର ଓ ରତ୍ନଗିରିରୁ ଠାକୁର ବିମାନରେ ଆସି ମେଳଣରେ ଭାଗ ନେଇଥିଲେ । ପାରମ୍ପରିକ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାତ୍ରି ୩ଟାରୁ ଆରମ୍ଭ ହୋଇଥିବା ମେଳଣ ସକାଳ ୧୦ଟା ଯାଏଁ ଚାଲିଥିଲା । ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଏହି ବାର୍ଷିକ ମେଳଣରେ ଯୋଗଦେଇଥିଲେ । ବୁଢା ଗୋସାଇଁ ମନ୍ଦିର କମିଟି ପକ୍ଷରୁ ମେଳଣ କାର୍ଯ୍ୟକ୍ରମ ସୁଚାରୁରୂପେ ପାଳନ କରାଯାଇଥିଲା