ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରୀ ଡ଼ଙ୍ଗରିଆଙ୍କ ସୁରକ୍ଷା ରେ ରହିବ
ଭବାନୀପାଟଣା, ୦୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜଳ, ଜମି ଓ ଜଙ୍ଗଲ ର ସୁରକ୍ଷା ନେଇ କଳାହାଣ୍ଡି ରାୟଗଡା ସୀମାନ୍ତ ନିୟମଗିରି ପର୍ବତ ଶିଖର ଧଅରା ଭଟା ଠାରେ ତିନିଦିନ ଧରି ଚାଲିଥିବା ନିୟମରାଜା ପର୍ବ ଆଜି ଉଦଯାପିତ ହୋଇଯାଇଛି l ସମୁଦ୍ର ପତନ ଠାରୁ ପ୍ରାୟ ୪୫୦୦ ଫୁଟ ରେ ଥିବା ନିୟମଗିରି ପର୍ବତ ଶିଖର ଧଅରା ଭଟା ଠାରେ ଅନୁଷ୍ଠିତ ଏହି ପର୍ବ ପାଇଁ କଳାହାଣ୍ଡି ଓ ରାୟଗଡା ସୀମାନ୍ତ ନିୟମଗିରି ପର୍ବତ ଉପରେ ବାସ କରୁଥିବା ଆଦିବାସୀ, ଡାଙ୍ଗରିଆ ଓ ଝରଣୀଆ କନ୍ଧ ମାନେ ଏକତ୍ରିତ ହୋଇ ନିୟମଗିରି ପର୍ବତ ର ସୁରକ୍ଷା ପାଇଁ ଶପଥ ନେବା ସହ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଏହି ଭିଟାମାଟିର ସୁରକ୍ଷା କରିବା ପାଇଁ ନିୟମ ରାଜା ନିକଟରେ ଶପଥ ଖାଇଛନ୍ତି l ନିୟମଗିରୀ ପାର୍ବତକୁ ବେଦାନ୍ତ ଭଳି ବହୁରାଷ୍ଟ୍ରୀୟ କମ୍ପାନୀକୁ ଶାଗ ମାଛ ଦରରେ ରାଜ୍ୟ ଓ କେନ୍ଦ୍ର ସରକାର ଟେକିଦେବାପାଇଁ ମସୁଧା ଚଳାଉ ଥିବାବେଳେ ପୂର୍ବରୁ ଗ୍ରାମସଭା ଜରିଆରେ ଜୀବନର ଶେଷ ରକ୍ତ ବିନ୍ଦୁ ଥିବାପର୍ଯ୍ୟନ୍ତ ନିୟମଗିରି ପର୍ବତ କୁ ବେଦାନ୍ତ କୁ ଟେକିଦିଆଯିବ ନାହିଁ ବୋଲି ଏଠାକାର ଡ଼ଙ୍ଗରିଆ ଓ ଝରାଣିଆ ଆଦିବାସୀ ମାନେ ରକ୍ତଚାଉଳ ଧରି ବଜ୍ର ଶପଥ ନେଇସାରିଛନ୍ତି l ନିୟମଗିରି ଏଠାକାର ଆଦିବାସୀ ମାନଙ୍କ ଜୀବନ ଓ ଜୀବିକା ପାଲଟିଛି lଏଠାରେ ଉତ୍ପାଦନ ହେଉଛି ସପୁରି, କମଳା, କଦଳୀ, ପଣସ ସହ ଅନେକ ପ୍ରକାର ନିତ୍ୟଜୀବନ ଶ୍ୟାଳି ର ଫଳ ମୂଳ ଓ ଔଷଧୀୟ ବୃକ୍ଷ lଏହାକୁ ଆଦିବାସୀମାନେ ସ୍ଥାନୀୟ ବଜାର ରେ ବିକ୍ରି କାରୀ ନିଜର ଜୀବିକା ନିର୍ଭlୟ କରିଥାନ୍ତି ଓ ଆଦିବାସୀ ମାନଙ୍କ ଆରଧ୍ୟ ନିୟମରଜାର ପୂଜା କରିଥାନ୍ତି l ଆଦିବାସୀ ମାନଙ୍କ ମାନ୍ୟତା ଅଛି ଜେ ନିୟମରଜଳ ଙ୍କୁ ଵିଧି ମୁତାବକ ପୂଜା କଲେ ସମସ୍ତ ଦୁଃଖ ଦୁର୍ଦ୍ଧଶା କ୍ଷୟ କରିବା ସହା ଜମି ଓ ଜଙ୍ଗଲ ରେ ପରିପୂର୍ଣ ଚାଷ ଯଥା ମାଣ୍ଡିଆ, ଗୁରୁଜୀ, କୋଲସା,ସୋରିଷ ଓ ଅନ୍ୟ ଚାଷ ସାମଗ୍ରୀ ବର୍ଷ ବ୍ୟାପୀ ଆଦିବାସୀ ମନକୁ ଦେଇ ସେମାନଙ୍କ ରୋଗ କଷ୍ଟ ଦୂର କରିଥାନ୍ତି ବୋଲି l ଏଥିପାଇଁ ପ୍ରତିବର୍ଷ ନିୟମଗିରି ପର୍ବତ ଶିଖର ଠାରେ ଆଦିବାସୀ ମାନେ ନିୟମରାଜ ଧରଣୀ ପେନୁର ପୂଜା କରି ବୋଦା, କୁକୁଡ଼ା ମହିଷୀ ଆଦି ବଳି ଦେଇ ନିୟମରଜା କୁସନ୍ତୁଷ୍ଟ କରିଥାନ୍ତି l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗତ ୨୭ ରୁ ଆରମ୍ଭ ହୋଇଥିବା ପର୍ବ ଆଜି ଉଦଯାପିତ ହୋଇଛି l ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଜନ ଆନ୍ଦୋଳନ କାରୀ, ପରିବେଶବିତ, ଓ ସାମ୍ବାଦିକ ନିୟମଗିରି ପର୍ବତ ଉପରେ ପହଂଚି ଆଦିବାସୀ ମାନଙ୍କ ଜୀବନ ଜୀବିକା ସମ୍ପର୍କରେ ଅବଗତ ହୋଇଥିଲେ ଳ ନିୟମଗିରୀ ସୁରକ୍ଷା ସମିତି ସମେତ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ,ମାଳି ପର୍ବତ ସୁରକ୍ଷା ସମିତି କୋରାପୁଟ ଗଂଧମାର୍ଦନ ସୁରକ୍ଷା ସମିତି ବଲାଙ୍ଗୀର, ସେରୁବଂଧ ସୁରକ୍ଷାସମିତି ସମେତ ବହୁ ନେତୃତ୍ୱ ମଣ୍ଡଳୀ ଏହି ପର୍ବରେ ସାମିଲ ହୋଇଥିଲେ l ନିୟମଗିରି ସୁରକ୍ଷା ସମିତି ର ସଭାପତି ଲୋଦ ଶିକକା, ଦଧି ପୁଷିକା, ଡ୍ରିଞ୍ଜ ପୁଷିକା,ଲେନିନ କୁମାର, ବ୍ରିଟିଶ କୁମାର, ଲିଙ୍ଗରାଜ ଆଜାଦ, ଉପେନ୍ଦ୍ର ଡ୍ରାବିଡ଼ ପ୍ରମୁଖ ଏହି ପର୍ବରେ ସାମିଲ ହୋଇ ରାତିତମାମ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ଗୀତରେ ସାମିଲ ହୋଇଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ