Hot Posts

6/recent/ticker-posts

ବଡ଼ନୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ |

ନବରଙ୍ଗପୁର, ( ଶେଖର ଖୁରା ) : ଝରିଗାଁ ବ୍ଳକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସପନ କୁମାର ହାଲଦାରଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ ରାଜ୍ୟ ଉପ ସଭାପତି ରମେଶ ଚନ୍ଦ୍ର ସାହୁ ଓ ମୁଖ୍ୟବକ୍ତା ଭାବେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ନରସିଂହ ଭତରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ,ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ,ପାଳିଆ ସରପଞ୍ଚ ରାଧା ସାନ୍ତା,ପାଲିଆ ସମିତି ସଭ୍ୟା ମଦନାଦେଇ ଗୌଡ଼ ,ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଡବ୍ଲୁଇଓ ଅମିତ କୁମାର ନାୟକ,, ବିଏସ ପଦର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଧୁରାମ ଭତରା,ଭିମାଗୁଡା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ ବେହେରା, ଭାମୀନି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ଚଚା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର,ବଡ଼ନୀ ଗ୍ରାମର ମାଟି ପୂଜାରୀ ମଙ୍ଗୁ ପୂଜାରୀ, ବଡ଼ନୀ ଆଶ୍ରମ ବିଦ୍ୟାଳୟର ସ୍କୁଲ ପରିଚାଳନା ସଭାପତି ହରିଶ୍ଚନ୍ଦ୍ର ପୂଜାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହାଲଦାର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିବା ପରେ ମଞ୍ଚାସିନ ଅତିଥିମାନେ ନିଜ ନିଜ ଅବିଭାଷଣ ରଖିଥିଲେ |ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା |ବିଦ୍ୟାଳୟର ସହ ଶିକ୍ଷକ କୃତିବାସ ହରିଜନ, ବବି ସ୍ୱାଇଁ ସନ୍ତୋଷ ପନକା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |


ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର