Hot Posts

6/recent/ticker-posts

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦଳପଡାରେ ବୃକ୍ଷରୋପଣ: ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମକୁ ଭୁୟଂସୀ ପ୍ରଶଂସା

ଖଜୁରୀପଡ଼ା, ୨୫/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରିସରରେ ଆଜି ଏକ ସ୍ପୃହାଦାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକମାନଙ୍କ ନିଜସ୍ୱ ଦାନରେ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢି ପାଇଁ ସବୁଜ ସନ୍ଦେଶ ନେଇ ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି।କାର୍ଯ୍ୟକ୍ରମରେ ମା ବରାଳ ଦେବୀ ଉଚ୍ଚ ବିଦ୍ୟାଳୟ, କଲାଡୀର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ପୃଷ୍ଟି ସପେତା ଫଳ ବୃକ୍ଷ ରୋପଣ କରିଥିବାବେଳେ, ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ, ବିସିପଡାର ପୂର୍ବତନ ବିଜ୍ଞାନ ଶିକ୍ଷକ ଓ ଜିଲ୍ଲା ଓସ୍ତା ସଂଘ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ଲେମ୍ବୁ ଗଛ ଲଗାଇଥିଲେ। ସେହିପରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଆଡାସିପଡାର ପୂର୍ବତନ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଓସ୍ତା ସଂଘ ସଭାପତି ଶ୍ରୀ ଚତୃଭୁଜ ରାଉତ ଆମ୍ବ ଗଛ ରୋପଣ କରିଥିଲେ। ଏହାସହ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଫୁଲବାଣୀ ଶାଖାର ୟୁନିଟ୍‌ ହେଡ୍‌ ଶ୍ରୀ ଦୀପ୍ତି ପ୍ରସାଦ ରଥ ଲିଚୁ ବୃକ୍ଷ ଲଗାଇ କାର୍ଯ୍ୟକ୍ରମକୁ ଆହୁରି ସାର୍ଥକ କରିଥିଲେ।ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମସ୍ତ କର୍ମଚାରୀଙ୍କର ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏହାକୁ ଭୁୟଂସୀ ପ୍ରଶଂସା କରାଯାଇଥିଲା। ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ପ୍ରଧାନ ବୃକ୍ଷଗୁଡିକର ସୁଚାରୁ ରକ୍ଷଣାବେକ୍ଷଣ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାରିକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପ୍ରଧାନ, କିରାଣୀ ଶ୍ରୀ ଶଙ୍କର୍ଷଣ ଜାନି, ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ସଂସ୍କୃତ ଶିକ୍ଷକ ଶ୍ରୀ ଉଦୟନାଥ ପ୍ରଧାନ ସହ ବିଦ୍ୟାଳୟ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲା କିରାଣୀ ସଂଘ ସଭାପତି ଶ୍ରୀ ଖଗେଶ୍ୱର ସାହୁ ଓ ଅନ୍ୟାନ୍ୟ ସହଯୋଗୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।