Hot Posts

6/recent/ticker-posts

୫ମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କେମ୍ପୋରୀ 25-26 ଉଦଘାଟିତ।

ନବରଙ୍ଗପୁର, ୨୫/୦୩ ( ଶେଖର ଖୁରା ) : ତେନ୍ତୁଳିଖୁଣ୍ଟି ବାପୁଜି ହାଇସ୍କୁଲ ପଡ଼ିଆ ଠାରେ ୫ମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କେମ୍ପୋରୀ 25-26 ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସ୍କାଉଟ ଏବଂ ଗାଇଡ଼ ଜିଲ୍ଲା ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନ ସମାରୋହ ରେ ମୁଖ୍ୟଅତିଥି ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଅନ୍ୟ ବରେନ୍ୟ ଅତିଥି ବିଧାୟକ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଷୋୟୀ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ,ସୁପ୍ରିୟା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ ଭତ୍ରା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ର ପରିଚାଳନା ମନରଞ୍ଜନ ପ୍ରହରାଜ ପରିଚାଳନା କରିଥିଲେ।ଜିଲ୍ଲାପାଳ ଏହି କ୍ୟାମ୍ପରୀ ରେ ସ୍କାଉଟ ପତାକା ଉତ୍ତୋଳନ କରିଥିଲେ। ଏହି କ୍ୟାମ୍ପରୀ ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ 45 ରୁ ଉର୍ଦ୍ଧ ସ୍କାଉଟ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ଏହି କ୍ୟାମ୍ପରୀ 24 ତାରିଖ ରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ହେବ।ଏହି କ୍ୟାମ୍ପରୀ ରେ ସ୍କାଉଟ ଛାତ୍ର ଛାତ୍ରୀ ଙ୍କ ସଂଗଠିତ ନେତୃତ୍ୱ ନେଵାର ଦକ୍ଷତା ବୃଦ୍ଧି ସହ ସୁ ନାଗରିକ ମୁଖ୍ୟ ଉଦ୍ଦେଶ୍ୟ। 


ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l