Hot Posts

6/recent/ticker-posts

ଦଳପଡାରେ ଗୋଷ୍ଠୀ ବିହନ ମେଳା–୨୦୨୬: ଦେଶୀ ବିହନ ସୁରକ୍ଷାକୁ ଗୁରୁତ୍ୱ

ଖଜୁରୀପଡ଼ା, ୨୫/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡାରେ ଓରୀସା ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ଦିନ “ଗୋଷ୍ଠୀ ବିହନ ମେଳା–୨୦୨୬” ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କ ମଧ୍ୟରେ ଦେଶୀ ବିହନ ପ୍ରତି ସଚେତନତା ବୃଦ୍ଧି ଓ ପାରମ୍ପରିକ କୃଷି ପ୍ରଥାକୁ ଜୀବନ୍ତ ରଖିବା ଏହି ମେଳାର ପ୍ରମୁଖ ଲକ୍ଷ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମନୀ ମଲିକ, ଖଜୁରୀପଡ଼ା ବିଡିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଓ ଗୋଷ୍ଠୀ ସହ କୃଷି ଅଧିକାରୀ ଶ୍ରୀମତୀ ମମତା ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦେଶୀ ବିହନର ସୁରକ୍ଷା, ଜୈବିକ ଚାଷ ପଦ୍ଧତି ଓ ପରିବେଶ-ମିତ୍ର କୃଷି ପ୍ରଣାଳୀର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।ମେଳାରେ ଦଳପଡା ପଞ୍ଚାୟତ ଅଞ୍ଚଳ ଓ ଆର୍ ନୂଆ ଗାଁ,ଗରାକୁମ୍ପାର ମିଶି ପ୍ରାୟ ୫୦୦ ଚାଷୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜନିଜ ଦେଶୀ ବିହନ ଅଦଳ ବଦଳ କରିଥିଲେ। ଏହା ଚାଷୀମାନଙ୍କ ମଧ୍ୟରେ ସହଯୋଗ ଓ ଅନୁଭବ ବିନିମୟକୁ ବଢ଼ାଇଥିବା ଦେଖାଯାଇଛି। ଓରୀସା ଅନୁଷ୍ଠାନର କର୍ମୀମାନଙ୍କ ସୁଚାରୁ ପରିଚାଳନାରେ ମେଳାଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଦେଶୀ ବିହନର ସୁରକ୍ଷା ଓ ସସ୍ୟ ସୁସ୍ଥିରତା ପାଇଁ ଏହିପରି ପ୍ରୟାସ ନିଶ୍ଚୟ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।