Hot Posts

6/recent/ticker-posts

ଖଜୁରୀପଡ଼ାରେ ନୂତନ ଥାନା ଗୃହ ଉଦଘାଟିତ : ଆଭାଷୀ ମାଧ୍ୟମରେ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭାରମ୍ଭ

ଖଜୁରୀପଡ଼ା, ୦୭/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଥାନା ପାଇଁ ନୂତନ ଭାବେ ନିର୍ମିତ ଥାନା ଗୃହ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନବନିର୍ମିତ ଥାନା କାର୍ଯ୍ୟାଳୟଗୁଡ଼ିକୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଆଭାଷୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ଅବସରରେ ସେମାନେ ଅଭିଭାଷଣ ପ୍ରଦାନ କରି ଆଧୁନିକ ପୋଲିସ ଢାଞ୍ଚା ମାଧ୍ୟମରେ ଲୋକସେବାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଖଜୁରୀପଡ଼ାରେ ଏହି ଉଦଘାଟନ କାର୍ଯ୍ୟକ୍ରମଟି ଥାନା ଅଧିକାରୀ ଶ୍ରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ହରିଶି ବିଶି, ଉପବିଭାଗୀୟ ପୋଲିସ ଅଧିକାରୀ ଶୁଭ୍ରଜିତ ବିଶ୍ୱାଳ, ଖଜୁରୀପଡ଼ା ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ଖଜୁରୀପଡ଼ା ବିଧାୟକଙ୍କ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ସ୍ୱାସ୍ଥ୍ୟ ପ୍ରତିନିଧି ରାଇକିଶୋର ପ୍ରଧାନ, ଖଜୁରୀପଡ଼ା ଯୁବମୋର୍ଚ୍ଚା ସଭାପତି ସମିର ପ୍ରସାଦ ଝାଙ୍କର ,କୃଷକ ମୋର୍ଚ୍ଚା ସଭାପତି ବିକ୍ରମସେନ ଦେହୁରୀ ଓ ବିଭିନ୍ନ ସ୍ଥାନୀୟ ସରପଞ୍ଚ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହା ସହିତ କେନ୍ଦ୍ର କୁଇ ସମାଜର ଗୌତମ ପ୍ରଧାନ, ରମାକାନ୍ତ ମଲିକ, ଜିଲ୍ଲା କୁଇ ଯୁବ କ୍ରୀଡା ସଭାପତି ସୁଜିତ କୁମାର ମଲ୍ଲିକ, ସାମ୍ବାଦିକ ପ୍ରତିନିଧି ଓ ଅଞ୍ଚଳର ବହୁ ଜନସାଧାରଣ ମଧ୍ୟ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନୂତନ ଥାନା ଗୃହ ନିର୍ମାଣ ହେବା ଦ୍ୱାରା ଅଞ୍ଚଳରେ ପୋଲିସ ସେବା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।