Hot Posts

6/recent/ticker-posts

ଉନ୍ନତ ଜ୍ଞାନକୌଶଳ ପଦ୍ଧତି ରେ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ, ୨୦/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବ୍ଲକ ସମ୍ମିଳନୀ ଗୃହ ରେ ଉନ୍ନତ ଜ୍ଞାନକୌଶଳ ପଦ୍ଧତି ରେ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ହେତିରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ର ତୁର୍କା ଗାଁ ର ଚାଷୀ ଏବଂ କାନକୁଟ୍ରୁ ପଞ୍ଚାୟତର ଆବାଶ ନଗର ର ଚାଷୀ ଭାଗ ନେଇ ଥିଲେ ୭ ଦିନ ପ୍ରଶିକ୍ଷଣ ନେଇ ଥିଲେ ୧୩/୦୩ ରୁ ୧୯/୦୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ପ୍ରଶିକ୍ଷଣ ଶିବିର ରେ କିଭଳି ଭାବରେ ଆଦିବାସୀଙ୍କୁ ସୁଲଭ ମୂଲ୍ୟ ରେ ରୋଜଗାର କରିପାରିବେ ଏବଂ ଅଧିକଉନ୍ନତିକରି ଆର୍ଥିକସ୍ଥିତି ମଜଭୁତକରିବେ ତାହା କୁ ଧ୍ୟାନରେ ରଖି ଓଡିଶା ଖଦି ଗ୍ରାମୋଦ୍ୟଗ ଶସ୍ତା ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ କରାଯାଇଥିଲା ଉକ୍ତ ତାଲିମ ଶିବିରରେ ଆଗ୍ରହୀ ମହୁଚାଷୀଙ୍କୁ ଲାଞ୍ଜିଗଡ ପଞ୍ଚାୟତ ସମିତିର ଅଧକ୍ଷା ଶ୍ରୀମତୀ କମଳା ପାତ୍ର,ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାଞ୍ଜିଗଡ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର,କଲ୍ୟାଣ ଶିକ୍ଷା ଅଧିକାରୀ ପଙ୍କଜ ବଳିୟା ସିଂ ଚାଷୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ସଭା ରେ ମୁଖ୍ୟ ଅଥିତି ଭାବରେ ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର,ଯୋଗ ଦେଇଥିବା ବେଳେ ସମ୍ମାନିତଅଥିତି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର,ସମାଜସେବୀ ହରିଶଙ୍କର ପାତ୍ର, ପଙ୍କଜ ବଳିୟା ସିଂ ବରିଷ୍ଟ ତାଲିମ ଶିକ୍ଷକ ହରପ୍ରସାଦ ପଟ୍ଟନାୟକ, ଶିବୁ କୁମାର ପଣ୍ଡା ତାଲିମ ଶିକ୍ଷକ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ନିରଞ୍ଜନ ଦାଶ।ଏବଂ ସହଯୋଗ କରିଥିଲେ ଟିମ ଲିଡ଼ର ବାସୁ ମାଝୀ ଏବଂ ନବୀନ ମାଝୀ।