ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ରଥ ଉଦ୍ଘାଟନ।
ଜୟପୁର, ୨୦/୦୩ ( ଏ. ଭେଙ୍କଟ ରାଓ ) : ପୌର ପରିଷଦର ଏକ ସହଯୋଗ ନାମକ ରଥ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାକୁ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରୀ ଯୋଜନାର ସୁଫଳ ନିମୋନ୍ତେ ସୂଚନା ଦେବା ସହ ସାହାଯ୍ୟ କରିବା ପାଇଁ ଏବଂ ସହରାଞ୍ଚଳର ଆର୍ଥିକ ଅନଗ୍ରସରଙ୍କୁ ଯୋଡ଼ିବାର ମାଧ୍ୟମ ଏହି ସହଯୋଗ ରଥ। ଏହି ରଥ କେବଳ ସହରର ଅଧିବାସୀ ମାନଙ୍କ ନୀମୋନ୍ତେ ଉଦ୍ଧିଷ୍ଟ ଏଥିରେ ପ୍ରଧାନମନ୍ତ୍ର ମନ୍ତ୍ରୀ ଆବାସ ଯୋଜନା ସହରୀ,ରାସନ କାର୍ଡ,ପାଇପ ଯୋଗେ ଜଳ ଯୋଗାଣ,ଆୟୁଷ୍ମାନ କାର୍ଡ, ପିଡାବ୍ଲୁଡି ପରିଚୟ ପତ୍ର, ସୁଭଦ୍ରା ଯୋଜନା,ଶ୍ରମିକ କାର୍ଡ,ଇ-ଶ୍ରମ କାର୍ଡ ଗରିମା ଯୋଜନା,ପିଏମ ବିଶ୍ବକର୍ମା ଯୋଜନା,ମଧୁବାବୁ ପେନସନ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା,ପିଏମ ସୁରକ୍ଷା ବୀମା ଯୋଜନା ଇତ୍ୟାଦି ୫୦ ରୁ ଉର୍ଦ୍ଧ ବର୍ଗର ଶ୍ରମିକ ମାନେ ଉପରୋକୁ ସମସ୍ତ ଯୋଜନା ଗୁଡ଼ିକର ସୁବିଧା ପାଇବା ନିମନ୍ତେ ଏଠାରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମୋଞ୍ଚାଷିନ ଥିଲେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପାଧକ୍ଷା ବି ସୁନିତା,ଅତିରିକ୍ତ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ, ଶ୍ରମ ଅଧିକାରୀ ଚୈତନ୍ୟ ମାଝୀ, ପୌର ସଭ୍ୟ ଜୈସା ସିଂ ଏବଂ ଗୋପୀନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।