କୋକସରା, ୦୩/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ମଙ୍ଗଳବାର ସକାଳେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପର୍ଶ୍ଵରେ ଥିବା ସବ୍ ମାଇନର କେନାଲରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଓଲଟା ହେଇ ପଡିଥିବା କିଛି କିଛି ଲୋକ ଦେଖିଥିଲେ । ତୁରନ୍ତ ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା । କୁଟୃ ପୁଲିସ ଫାଣ୍ଡି ଅଧିକାରୀ ରୀ ଅସିତ୍ କୁମାର ପଣ୍ଡା | ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । କିନ୍ତୁ ଉକ୍ତ ମୃତ ଦେହଟି ଅଂଚଳ ଲୋକଙ୍କ ପାଇଁ ଅପରିଚିତ ଥିଲା I ପରବର୍ତି ସମୟରେ କଲମପୁର ପୁଲିସ ଥାନା ଅଧିକାରୀ ବିଶମ୍ବର କହଁର ଘଟଣା ସ୍ଥଳରେ ପହଂଚିବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବର ପଂଚନାମା କରାଯାଇଥିଲା । ମୃତକଙ୍କ କୌଣସି ପରିଚୟ ମିଳିନଥିବାରୁ ମୃତ ଦେହ ସଂରକ୍ଷିର୍ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ । କିନ୍ତୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶବ ବାହକ ଯାନ ଘଟଣାସ୍ଥଳରେ ପହଂଚି ନଥିବାରୁ ଶବକୁ ସ୍ଥାନାନ୍ତରିତ କରାଯାଇ ନାହିଁ । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କୁଟୁ ପୁଲିସ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ଦାୟିତ୍ଵ ନେଇଛନ୍ତି । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟକ୍ତି ଜଣକ ମାନସୀକ ବିକୃତ ବୋଳି ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
