Hot Posts

6/recent/ticker-posts

ଷୋହଳ ପ୍ରହର ନାମଯଜ୍ଞ ପୂର୍ଣ୍ଣାହୁତି

କର୍ଲାମୁଣ୍ଡା, ୦୩/୩ (ସୁଶାନ୍ତ ରଣା) : କଳାହାଣ୍ଡି କର୍ଲାମୁଣ୍ଡା ରେଗଡା ପଞ୍ଚାୟତ ଅଧିନସ୍ଥ ଭୋଇରମୁଣ୍ଡା ଗ୍ରାମ ଠାରେ ଗତ ତା.୨୬.୦୨.୨୦୨୬ ରିଖ ଗୁରୁବାର ଦିନ ଠାରୁ ମଣ୍ଡପ ପ୍ରତିଷ୍ଠା କରିବା ସହିତ ନାମ ଯଜ୍ଞ କଳସ ଅଧିବାସ ହୋଇ ୯ତମ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇ ତା ୦୨.୦୩.୨୦୨୬ ରିଖ ସୋମବାର ଦିନ ପୂର୍ଣ୍ଣାହୁତି ହୋଇଛି। ଉକ୍ତ ନାମଯଜ୍ଞ ରେ ୧୨ ଗୋଟି ସଂକୀର୍ତ୍ତନ ଦଳ ମହାମନ୍ତ୍ର ନାମ ପ୍ରଚାର କରିଥିଲେ। ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସାମଗମ ଦେଖିବାକୁ ମିଳିଥିଲା । ସମସ୍ତ ଭକ୍ତ ମାନଙ୍କ ପାଇଁ ୨୪ ଘଣ୍ଟିଆ ଅର୍ଣ୍ଣ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା । ମୁଖ୍ୟ ପୁରୋହିତ ପ୍ରଭାତ କୁମାର ଦାସ ଓ ରାଧେ ତ୍ରିପାଠୀ ପୂଜକ, ଜପକ ଭାବରେ ରହିଥିଲେ । ମଣ୍ଡପ ପ୍ରତିଷ୍ଠା କର୍ତ୍ତା ଭାବରେ ଜାନକୀ ସାହୁ, ମାଳତୀ ସାହୁ, ଖୁସିରାମ ସାହୁ ଏବଂ ନାମଯଜ୍ଞ କର୍ତ୍ତା ଭାବରେ କକେୟା ସାହୁ, ଘନ ସାହୁ ଥିଲେ । ଭୋଇରମୁଣ୍ଡା ଗ୍ରାମବାସୀ ଓ ଗଜାନନ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା। ଏହାକୁ ସଫଳ କରିବାରେ କମିଟି ର ସଭାପତି ଖୁସିରାମ, ସମ୍ପାଦକ ଅଶୋକ ସାହୁ ଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିବା ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।