Hot Posts

6/recent/ticker-posts

ରାୟଗଡ଼ାରେ ଅଖିଳ ଭାରତ ହିନ୍ଦୁ ମହାସଭାର ନୂତନ ଜିଲ୍ଲା ସଭାପତି ଡମ୍ବରୁ ଜାକାକା

ରାୟଗଡ଼ା, ୦୩/୦୩ ( ଭି. ଗୌରି ଶଙ୍କର ରାଓ ) : ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ରାୟଗଡ଼ା ଜିଲ୍ଲାର ନୂତନ ସଭାପତି ଭାବେ ଡମ୍ବରୁ ଜାକାକାଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ସଂଗଠନର କାର୍ଯ୍ୟକଳାପକୁ ଜିଲ୍ଲାସ୍ତରରେ ଆହୁରି ସୁଦୃଢ଼ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୂତନ ଦାୟିତ୍ୱ ଗ୍ରହଣ ପରେ ଡମ୍ବରୁ ଜାକାକା କହିଛନ୍ତି ଯେ, ହିନ୍ଦୁ ସମାଜର ଏକତା ସୁନିଶ୍ଚିତ କରିବା ସହ ହିନ୍ଦୁମାନଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ସଂଗଠନ ଦୃଢ଼ ଭାବେ ଆବାଜ ଉଠାଇବ। ସେ ଆହୁରି କହିଛନ୍ତି ଯେ, ଆଦିବାସୀ, ଦଳିତ ଓ ଆର୍ଥିକ ଭାବେ ପଛୁଆ ବର୍ଗର ଲୋକମାନଙ୍କ ହିତରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସଂଗଠନ ପକ୍ଷରୁ ଜଣାଯାଇଛି ଯେ, ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଭା-ସମ୍ମେଳନ ମାଧ୍ୟମରେ ସଦସ୍ୟତା ଅଭିଯାନ ଓ ସଂଗଠନ ବିସ୍ତାର କାର୍ଯ୍ୟକ୍ରମ ଆୟୋଜନ କରାଯିବ।