ରାୟଗଡ଼ାରେ ହସ୍ପିଟାଲ କର୍ମଚାରୀଙ୍କ ଧାରଣା: ୧୦ ଦଫା ଦାବି ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପ୍ରତିବାଦ
ରାୟଗଡ଼ା, ୨୪/୦୩ ( ଭି. ଗୌରି ଶଙ୍କର ରାଓ ) : ବିଭିନ୍ନ ନର୍ଯ୍ୟ ଦାବୀ ନେଇ ଆଜି ଅଲ୍ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ ରାୟଗଡା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ଯରତ ଠିକା କର୍ମଚାରୀ ମାନଙ୍କୁ ନିୟମିତ ଦରମା ଦେବା ସହ ପରିଚୟପତ୍ର ପ୍ରଦାନ କରିବା,ସାମାଜିକ ସୁରକ୍ଷା ପ୍ରଦାନ କରିବା,ସୁରକ୍ଷା ସରଞ୍ଜାମ ଯୋଗେଇଦେବା ସହ ମାସିକ 18ହଜାର ଟଙ୍କା ଦରମା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ସମସ୍ତ କର୍ମଚାରୀ ମାନଙ୍କୁ ଇଏସ୍ଆଇ କାର୍ଡ ପ୍ରଦାନ କରିବା ପାଇଁ ଦାବି ହୋଇଛି। ଆଜି ଶତାଧିକ ଠିକା କର୍ମଚାରୀ ସହରର କାଳୀ ମନ୍ଦିର ଛକରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଥିଲେ। ଏସଂକ୍ରାନ୍ତରେ ଏକ 10ଦଫା ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ଏକମାସ ମଧ୍ଯରେ ଠିକା କର୍ମଚାରୀ ମାନଙ୍କ ସମସ୍ଯାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।