Hot Posts

6/recent/ticker-posts

ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା

ବରୀ, ୧୬/୦୩ ( ରଂଜିତ ମହାନ୍ତି ) : ଗ୍ରାମଞ୍ଚଳ ରେ କମୁଛି ତୋଟା ଓ ଧାନଖଳା। ବହୁ ଦିନ ଆଗରୁ ଗାଁ ମାନଙ୍କ ତୋଟା ଦେଖିବାକୁ ମିଳୁଥିଲା। ଏବେ ଧୀରେ ଧୀରେ ବହୁଳ ମାତ୍ରା ରେ ଗଛ କଟା ହେବା ଫଳରେ ତୋଟା ସବୁ ଲୋପପାଇବାକୁ ବସିଲାଣି l ସେହି ତୋଟା ର ଗଛ ମୂଳ ରେ ଖରାଦିନେ ଲୋକ ବିଶ୍ରାମ ନେବା ସହିତ ଗରମ ରୁ ରକ୍ଷା ପାଇବା ଲାଗି ଗୋରୁଗାଈ ମଧ୍ୟ୍ୟ ଶୋଇ ରହିଥାନ୍ତି l ପିଲାଠାରୁ ବଡ଼ ପର୍ଯ୍ୟନ୍ତ ତୋଟା ରେ ଖରାବେଳେ ତାସ ଖେଳ ଠାରୁ ବିଭିନ୍ନ ଖେଳ ଖେଳିଥାନ୍ତି l ତାହା ଚାଷୀମାନେ ଧାନଖଳା କରି ଗଦା ମାଡି ରଖି ଥିବା ଧାନକୁ ଅମଳ କରିଥାନ୍ତି କିନ୍ତୁ ଏବେ ଧୀରେ ଧୀରେ ତୋଟା ଲୋପ ପାଇବାକୁ ବସିଲାଣି l ଜମିରେ ମେସିନ ସାହାଯ୍ୟରେ ଧାନ କଟା ଅମଳ କରୁଥିବା ରୁ ଚାଷୀ ଖଳା ଉପରୁ ନିର୍ଭର କରୁନାହାନ୍ତି l ତୋଟା ରେ ଧାନ ସହିତ ଵାଦାମ, ବିରି, ମୁଗ ଅମଳ କରିଥାନ୍ତି ଅନ୍ୟପକ୍ଷରେ ଗୋରୁ ଗାଈ ମାନେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଜଳାଶୟ ପାଣିପିଇ ତୋଟା ର ଥିବା ଗଛ ମୂଳେ ବିଶ୍ରାମ ନେଇଥାନ୍ତି l ଗଛ କଟା ହେବା ଦ୍ୱାରା ପରିବେଶ ଦିନ କୁ ସନ୍ତୁଳନ ହୋଇଛି। ଆଗାମୀ ଦିନ ରେ ଏହି ସମାସ୍ୟା ଉପରେ ଯୁବପିଢ଼ି ଵୃଷରୋପଣ ବିଭିନ୍ନ ସ୍ଥାନରେ ଗଛ ନ ଲଗାଇ ଏହି ତୋଟା ଦେଖିବାକୁ ସାତସପନ ପାଳଟିବ