କଳାହାଣ୍ଡି, ୧୬/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟରେ ମୋହନ ସରକାର ଆସିଲା ପରେ ବି ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମାଧାନ ହେଲା ନାହିଁ। ବିଭିନ୍ନ ମାଧ୍ୟମରେ ବାରମ୍ବାର ସରକାରଙ୍କୁ ଅବଗତ କଲାପରେ ବି ସରକାର କର୍ଣ୍ଣପାତ କରୁନାହାନ୍ତି। ତେଣୁ ଗତ ୧୦ତାରିଖରୁ ଭୂବନେଶ୍ୱରରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ୩ଦଫା ଦାବି ନେଇ ଆନ୍ଦୋଳନ ଚାଲିଛି । କଳାହାଣ୍ଡିରୁ ବି ଶତାଧିକ କର୍ମଚାରୀ ଭୂବନେଶ୍ୱରରେ ଯୋଗଦାନ ଦେଇଥିଲେ। ସ୍ଥାୟୀ ନିଯୁକ୍ତି, ଛଟେଇ ବନ୍ଦ କରିବା, ସମାନ କାମକୁ ସମାନ ଦରମା ଓ ବିଭିନ୍ନ ଦାବି ନେଇ ଆଜି ଭବାନିପାଟଣା ସ୍ଥିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ଭିତରେ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କ (ସ୍ୱାସ୍ଥ୍ୟ ସେବା ସଂଘ, କଳାହାଣ୍ଡି ଜିଲ୍ଲା) ତରଫରୁ ସକାଳ ୯ଟାରୁ ୧୧.୩୦ ସମୟ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ ସେବା ସଂଘ, କଳାହାଣ୍ଡି ଜିଲ୍ଲାର ସଭାପତି ବଦ୍ରିକା ନାଏକ ଓ ସାଧାରଣ ସଂପାଦକ ଦେବକୀ ଦୂର୍ଗାଙ୍କ ନେତୃତ୍ବରେ ଯଦୁନାଥ ବାଗ, ମହେନ୍ଦ୍ର ରଣା, ପୁଷ୍ପ ନାଏକ, କାର୍ତ୍ତିକ ଦୀପ, ମାଳତୀ ମାଝୀ, ଶେଖର ମୋହନ ବାଗ, ଅଶମତି ଦୀପ, ଅନିଲ କୁମାରଙ୍କ ସହିତ ୧୦୦ରୁ ଉର୍ଦ୍ଧ୍ବ ଆଉଟସୋର୍ସିଂ କର୍ମଚାରୀ ଅଂଶ ଗହଣ କରିଥିଲେ । ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରଫୁଲ୍ଲ କର ଏବଂ ସନ୍ତୋଷ ପ୍ରଧାନ ବିକ୍ଷୋଭ ସ୍ଥାନକୁ ଆସି ସମର୍ଥନ ଜଣେଇବା ସହ ଆଗକୁ ବି ପୁର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା କହିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତି ନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
