Hot Posts

6/recent/ticker-posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜନ ଶୁଣାଣି କଲେ ଜିଲ୍ଲାପାଳ

ନବରଙ୍ଗପୁର, ୧୬/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ  ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମାଡକର ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ  ପାଲକା ରବୀନ୍ଦ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଦ୍ରୁପତି କୋହଁର.ଗୋଷ୍ଟି ଉନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ସର୍ବ ମୋଟ   39 ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ 33 ଗୋଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଥିଲା ବେଳେ 6 ଗୋଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ବନ୍ଧିତ  ଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଗୋବିନ୍ଦ କଁହର, କନିଷ୍ଠ ଯନ୍ତ୍ରୀ  ବ୍ରଜବିହାରୀ ମହାଙ୍କୁଡ, ଉମା କାନ୍ତ ସାହାଣୀ,ପଦ୍ମନାଭ ରାଉତ ,ବିପିସି ଉମା ମାହେଶ୍ୱରୀ ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଅଭିଯୋଗ ଶୁଣାଣି ରେ ପୂଜାରିଗୁଡା ଗ୍ରାମପଞ୍ଚାୟତ ର ଖୁଣ୍ଟିପଦର, କପାଟସିଲ,ଢାକୁଲ ଗୁଡା,ନୂଆଗୁଡା ରୁଟ ରେ ବସ୍ ଚଳାଚଳ ପାଇଁ ଗ୍ରାମବାସୀ ଜିଲ୍ଲା ପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ଥିବାବେଳେ ନ୍ତୁଳିଖୁଣ୍ଟି ବ୍ଲକର18 ଜଣ ଅବସର ଶିକ୍ଷକ ମାନଙ୍କ ଚାକିରୀ ସମୟ ର ବର୍ଦ୍ଧିତ ଭତ୍ତା ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ସ୍ୱତେ ମଧ୍ୟ ଆଜି ଯାଏଁ ମିଳିନଥିବା ଅଭିଯୋଗ କରିଥିଲେ ତାହା ସହିତ ,ଲମତାଗୁଡା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଙ୍କ ଡେପୁଟେସନ ବାତିଲ କରି ପୁନଃ ସ୍ଥାୟୀ ଭାବରେ ଶିକ୍ଷାଦାନ କରିବାକୁ ସରପଞ୍ଚ କୃଷ୍ଣ ସୌରା ଅଭିଯୋଗ କରିଥିଲେ।ବହୁ ସଂଖ୍ୟକ ଗରୀବ ଜମିହୀନ ମହିଳାଙ୍କ ଜମି ଥିବା ଦର୍ଶାଇ ସୁଭଦ୍ରା କିସ୍ତି ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ, ପାତ୍ରପୁଟ ହାଇସ୍କୁଲ ରେ +2 କଲେଜ ପାଇଁ ଅଭିଯୋଗ ହୋଇ ଥିଲା l ଜନଶୁଣାଣୀ ପରେ 14 ଗୋଟି ଟ୍ରାଇ ସାଇକେଲ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲା ପାଳ ପ୍ରଦାନ କରି ଜିଲ୍ଲା ପାଳ କୁଜାଯାନୀ ଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l