Hot Posts

6/recent/ticker-posts

ଗ୍ରୀଷ୍ମ ତାତି ବଢୁଛି ପିଇବା ପାଣି ପାଇଁ ଡହଳ ବିକଳ ଖୋଲିନି ଜଳଛତ୍ର।

ଝରିଗାଁ, ୧୭/୦୩ (ନକୁଳ ଭତ୍ରା) : ଧୀରେ ଧୀରେ ବଢ଼ୁଛି ଗ୍ରୀଷ୍ମ ତାତି। ରାସ୍ତାରେ ଯାତାୟାତ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଯାଏଁ ଖୋଲିନି ଜଲଛତ୍ର। ରାସ୍ତା ପାର୍ଶ୍ଵ ଗାଁ ନିକଟରେ ଥିବା ନଳକୂପରେ ଅଟକି ପାଣି ପିଉଛନ୍ତି ପଥଚାରୀ। ଟାଣ ଖରାରେ ପାଟି ଶୁଖି ଯାଉଛି। କେହିତ ଦୋକାନ କୁ ଯାଇ ପାଣି ବୋତଲ କିଣି ପିଉଛନ୍ତି। ଗରିବ ବୃଦ୍ଧ ବୃଦ୍ଧା ଛୋଟ ପିଲା ମହିଳା ଶୋଷରେ ପାଣି କିଣି ପିଇବାକୁ ପଡୁଛି। ଗ୍ରୀଷ୍ମ ତାତି ତେକୁଛି ତେଣୁ ଜଳ ଛତ୍ର ପ୍ରଶାସନ ପକ୍ଷରୁ ଖୋଲିବାକୁ ସର୍ବସାଧାରଣରେ ଦାବି ପ୍ରକାଶ ପାଉଛି। ବିଳମ୍ବ ହେଲେ ଲୋକେ ଆସୁଂଘାତର ଶିକାର ହେବାର ସମ୍ଭାବନା ରହିଛି। ଏବେଠୁ ପ୍ରବଳ ଗରମ ଅନୁଭବ ହେଉଥିବା ବେଳେ ଦିନ ୧୧ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ହେଉଛି ଗରମ। ପାଣିପାଗ ବିଭାଗ ସୂଚନା ପ୍ରକାରେ ଦିନରେ ୩୬ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ବ ରହୁଛି ବାୟୁମଣ୍ଡଳ ତାପମାତ୍ରା। ପତ୍ର ଝଡା ଯୋଗୁଁ ରାସ୍ତା ପାର୍ଶ୍ଵ ଗଛରେ ଖରା ଦାଉରୁ ରକ୍ଷା ପାଇବାକୁ ଛାଇ ଭଲ ଭାବେ ହେଉନାହିଁ । ପତ୍ର ଏବେ କଅଁଳିବାରେ ଲାଗିଛି। ଆଉ ଅଳ୍ପ ଦିନ ମଧ୍ୟରେ ଆବଶ୍ୟକ ଛକ ଗୁଡ଼ିକରେ ଜଳଛତ୍ର ଖୋଲିବାକୁ ସର୍ବସାଧାରଣରେ ଦାବି ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ସୂଚନା ପ୍ରକାରେ ଗତ ଗ୍ରୀଷ୍ମରେ ବ୍ଲକ ପ୍ରଶାସନ ପକ୍ଷରୁ ୨୩ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ସମୁଦାୟ ୨୬୫ ଗୋଟି ଜଳ ଛତ୍ର ପଏଣ୍ଟ ଖୋଲା ଯାଇଥିଲା। ସେଥି ମଧ୍ୟରେ ଇଚ୍ଛାପୁର ୮ , ଭାଲୁ କନାଡ଼ି ୯ , ବଡ଼ ଟେମେରା ୧୨ , ବୋକଡା ବେଡା ୧୧ , ତେଲନଦି ଗାଁ ୭ , ଧାମାନା ଗୁଡ଼ା ୧୨ , ଭିକ୍ଷା ୧୩ , ଏକାମ୍ବା (ବି) ୭ , ଝରିଗାଁ ୧୯ , ପାଲିଆ ୧୪ , ବାଣୁଆ ଗୁଡ଼ା ୧୬ , ରତା ଖଣ୍ଡି ଗୁଡ଼ା ୧୦ , କାନାକୋଟ ୧୨ , ଚକଲା ପଦର ୧୨ , ଫୁପୁ ଗାଁ ୧୨ , ଚାଟି ଗୁଡ଼ା ୧୦ , ବେଲଗାଁ ୧୦ , କୁଟ୍ରୀ ଛାପର ୯ , ଚିତାବେଡ଼ା ୧୫ , ଧୋଡ୍ରା ୧୬ , ଗୁଋଷୀଙ୍ଗା ୮ , ଡ଼ଙ୍ଗରି ଗୁଡ଼ା ୧୨ , ଚଚା ୧୧ ଆଦି ପଞ୍ଚାୟତ ରେ ଜଳ ଛତ୍ର ଖୋଲାଯାଇଥିଲା। ପ୍ରଶାସନ ପକ୍ଷରୁ ଆଉ କେତେଦିନ ପରେ ଜଳ ଛତ୍ର ଖୋଲାଯିବ ଦେଖିବାକୁ ବାକି ରହିଲା।