Hot Posts

6/recent/ticker-posts

ଭାରତୀୟ ଗୋଲ ଶଟ ବଲ ଦଳରେ ସ୍ଥାନ ପାଇ ଗର୍ବ ଓ ଗୌରବ ଆଣିଲେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ କଂସର ପଞ୍ଚାୟତ କୁଡାସିଂହା ଗ୍ରାମର ଦୁଇ ଭାଇ ଭଉଣୀ

ପଦ୍ମପୁର, ୧୭/୦୩ ( ଆଶିଷ କୁମାର ଭୋଇ ) : ଏହି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ଅଧୀନରେ ଥିବା କଂସର ଗ୍ରାମପଞ୍ଚାୟତ ର କୁଡାସିଂହା ଗ୍ରାମର ଦୁଇ ଭାଇ ଭଉଣୀ ରାଜ ମେହେର ଓ ପରି ମେହେର ହୋଇଥିବା ରୁ ଜିଲ୍ଲା ଓ ଓଡିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ରାଜ ମେହେର ଓ ପରି ମେହେର ହେଉଛନ୍ତି କୁଡାସିଂହା ଗ୍ରାମର ସୁରେନ୍ଦ୍ର ମେହେର ଙ୍କ ସନ୍ତାନ ଅଟନ୍ତି l ରାଜ ମେହେର ଦଶମ ଶ୍ରେଣୀ ପଢୁଥିବା ବେଳେ ପରି ମେହେର ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ବେଳେ ବାଳକ ବିଭାଗ ଓ ବାଳିକା ବିଭାଗରେ ଭାରତୀୟ ଦଳର ପକ୍ଷରୁ ଖେଳିବା ପାଇଁ ଚୟନ ହୋଇଛନ୍ତି l ଏହି ଚମ୍ପିୟାନସିପ ରେ ଖେଳିବା ରେ ସେମାନଙ୍କର ପ୍ରଥମ ଅନ୍ତର୍ଜାତୀକ ପଦାର୍ପଣ ହୋଇଛନ୍ତି l ସୂଚନା ମୁତାବକ ଆସନ୍ତା ୨୩ ଏପ୍ରିଲ ୨୦୨୬ତାରିଖରେ ସେମାନେ ଶ୍ରୀଲଙ୍କା ର କଲମ୍ବୋ କୁ ପହଞ୍ଚିବେ ଓ ୨୪ଏପ୍ରିଲ ରୁ ୨୮ଏପ୍ରିଲ ୨୦୨୬ପର୍ଯ୍ୟନ୍ତ ଭାରତୀୟ ଦଳ ସହିତ ଏହି ଅନ୍ତର୍ଜାତୀୟ ଚମ୍ପାୟନସିପ ରେ ଅଂଶଗ୍ରହଣ କରିବେ l ଏହି ସଫଳତା ପାଇଁ ଓଡିଶା ଗୋଲ ଶଟ ବଲ ଏସୋସିଏସନର ସଭାପତି ଶ୍ରୀ ପ୍ରକାଶ କୁମାର ସିଂହ ପୂର୍ବତନ ବରଗଡ ସାଂସଦ, ସମ୍ପାଦକ ଶ୍ରୀ ପ୍ରଭାକର ଶିକା ଭାରତୀୟ ଦଳର ମୁଖ୍ୟ କୋଚ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ଦୁଇ ଖେଳାଳି ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ନିଜ ଗାଁ କୁଡାସିଂହା ମଧ୍ୟ ଖୁସିର ଲହରୀ ଖେଳିଯାଇଛି l ସ୍ଥାନୀୟ ସରପଞ୍ଚ ଆନନ୍ଦ କୁମାର ବେହେରା ତାଙ୍କ ପରିବାର କୁ ଯାଇ ଉପଢୌକନ ସହ ଫୁଲ ତୋଡା ଦେଇ ଧନ୍ୟବାଦ ଅର୍ପଣ କରିବା ସହିତ ଆଶୀର୍ବାଦ ଦେଇଛନ୍ତି l ଏହି ଦୁଇ ଭାଇ ଭଉଣୀ ନିଜ ସଫଳତା ପାଇଁ ଚାରି ତିନି ଘଣ୍ଟା ମେହେନତ କରୁଥିଲେ l ପଢ଼ୁଥିବା ବିଦ୍ୟାଳୟ ସମ୍ପାଦକ ଓ ଖେଳ ଶିକ୍ଷକ ଙ୍କୁ କୃତଜ୍ଞତା ଜଣାଯାଇଛି l ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି l



ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।