Hot Posts

6/recent/ticker-posts

ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ

ବରୀ, ୨୦/୦୩ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ ଏନେଇ ଚିତ୍ର ସ୍ପଷ୍ଟ ହୋଇଛି!ଯାହାଦ୍ୱାରା ବରୀ -ବିଞ୍ଝାରପୁର ଅଞ୍ଚଳ ବାସି ଙ୍କ ପକ୍ଷରୁ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି ବୋଲି କୁହାଯାଇଛି!ଦେଶ ସ୍ୱାଧୀନତା ର76ବର୍ଷ ହୋଇଯାଇଥିଲା ବେଳେ ବରୀ ବିଞ୍ଝାରପୁର ରାସ୍ତା ନିର୍ମାଣ ସରୁନି, ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିଲା ବେଳେ ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ଧୀନ ବ୍ରିଜ ଟି ଅତି ନିମ୍ନ ମାନର ନିର୍ମାଣ ହେଉଥିଲା!ଏହାକୁ ଭାରତୀୟ ଜାତୀୟ ଜଳପଥ ବିଭାଗ ବନ୍ଦ କରି ଦେଇଥିଲା!ବନ୍ଦ ହେବାର ଦୀର୍ଘ ଏଗାର ବର୍ଷ ବିତିଯାଇଥିଲା ବେଳେ ସହ ଶହ ପଥ ଚାରି, ବାଇକ ଆରୋହୀ, ଚାଷୀ ନାହିଁ ନଥିବା ହଇରାଣ ହରକତ ହେଉଥିଲେ!ଜଳପଥ ବିଭାଗ ର ପ୍ଲାନ ରେ ବ୍ରିଜ ନିର୍ମାଣ ହେବ ବୋଲି ପରେ ଲୋକେ ଜାଣିବାକୁ ପାଇଥିଲେ!କିନ୍ତୁ ଜଳପଥ ବିଭାଗ ଏନେଇ ଏତେ ଗୁରୁତ୍ୱ ଦେଉନଥିଲା!ଫଳ ରେ ବ୍ରିଜ ନିର୍ମାଣ କାରି ସଂସ୍ଥା ତିନି ଚାରୋଟି ପିଲର କରି କାମ ବନ୍ଧ କରି ଚାଲିଯାଇଥିଲା!ବରୀ ବିଞ୍ଝାରପୁର ଗ୍ରାମବାସୀ ଙ୍କ ଉଦ୍ୟମ ରେ ଜଳପଥ ବିଭାଗ ପକ୍ଷରୁ ଏନୋସି ମିଳିଛି!ପୁନର୍ବାର ବ୍ରିଜ ନିର୍ମାଣ ହେବ ବୋଲି ସ୍ଥିର ହୋଇଛି!ଯେଉଁଠାରେ ହେଉଥିଲା ସେଠାରୁ ଦଶ ପନ୍ଦର ମିଟର ଦୂର ରେ ନୂତନ ଭାବେ ନିର୍ମାଣ ହେବ ବୋଲି ସୂଚନା ମିଳିଛି!ଏଥି ପାଇଁ ଆରଡ଼ି ବିଭାଗ କୁ ହସ୍ତାନ୍ତର କରାଯାଇଛି!ଆରଡ଼ି ବିଭାଗ ନୂତନ ପ୍ଲାନ ଏସ୍ଟିମେଣ୍ଟ କରି ଟେଣ୍ଡର କରିବ ବୋଲି ସ୍ଥିର ହୋଇଛି!ଟେଣ୍ଡର ପରେ ବ୍ରିଜ ନିର୍ମାଣ ହେବ, ସମ୍ପୂର୍ଣ ହେଲେ ଶହ ଶହ ଜନସାଧାରଣ ଉପକୃତ ହେବେ ବୋଲି ଅଞ୍ଚଳ ବାସି କହିଛନ୍ତି, ଏଥି ସହିତ ତହସିଲ, ବ୍ଲକ, ଥାନା, ସବରେଜିଷ୍ଟର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଅଗ୍ନି ସେବା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ସହଜ ହୋଇପାରିବ ବୋଲି ସ୍ୱର ଉଠିଛି!!ତୁରନ୍ତ ଆରଡ଼ି ବିଭାଗ ପ୍ଲାନ ଏସ୍ଟିମେଣ୍ଟ କରି ଟେଣ୍ଡର କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି!ଏହି ପ୍ରକ୍ରିୟା କୁ ଆଗେଇ ନେବାରେ ଅଞ୍ଚଳ ର ଯୁବ ସମାଜ ସେବୀ ବିବେକ ନାଥ ଶର୍ମା, ବିବେକା ନନ୍ଦ ରାୟ, ଗିରିଜା ପ୍ରସାଦ ରାୟ,ନାରାୟଣ ପ୍ରସାଦ ସାମନ୍ତ ରାୟ ମହାପାତ୍ର, ନୀଳମଣି ସାମଲ,ଙ୍କ ସମେତ ଶତାଧିକ ଅଞ୍ଚଳ ବାସି ଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଇଛି!