Hot Posts

6/recent/ticker-posts

ପଲିଥିନ କୁଡ଼ିଆରେ ବିତୁଛି ଜୀବନ

ଝରିଗାଁ, ୨୩/୦୩ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତ ବେଲଝରି ଗ୍ରାମର ବୃନ୍ଦା ଜାନି(୫୨) ସ୍ବାମୀ ବିଶ୍ଵନାଥ ଜାନି(୫୪) ସରକାରୀ ଯୋଜନାରେ ଘର ଖଣ୍ଡେ ନ ମିଳିବାରୁ ଘର ଅଭାବ କାରଣରୁ ଅତ୍ୟନ୍ତ ଶୋଚନୀୟ ଭାବେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ଓ ୧୦ବର୍ଷର ଝିଅକୁ ନେଇ ଭଙ୍ଗା ଦଦରା କୁଡିଆରେ ପଲିଥିନ ଟାଣି ରହୁଛନ୍ତି । କୁଡ଼ିଆକୁ ଦେଖିଲେ ସ୍ଥିତି ଏଭଳି ଅଛି ଯେ' କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି । ତଥାପି ଜୀବନକୁ ବାଜି ଲଗେଇ ଭଙ୍ଗା ଦଦରା କୁଡ଼ିଆରେ ରହୁଛନ୍ତି । ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ତାଙ୍କ ଘର ଭାଙ୍ଗି ଯାଇଥିବାରୁ ଅଭିଯୋଗ ପରେ ଚଚା ଆରଆଇ ଅଫିସ ପକ୍ଷରୁ ଏକ ପଲିଥିନ ସାହାଯ୍ୟ ମିଳିଥିଲା । ଭଙ୍ଗାଘରେ ସେହି ପଲିଥିନ ଢ଼ାଙ୍କି ରହୁଛନ୍ତି । ଅତି ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ସ୍ବାମୀ-ସ୍ତ୍ରୀ ଭଭୟେ କୁଲିମଜୁରୀ କରି ପରିବାର ପ୍ରତି ପୋଷଣ କରୁଛନ୍ତି । ଏଭଳି ସ୍ଥିତିରେ କୋଉଠୁ ଘର ସଜାଡି ପାଇଁ ସମ୍ବଳ ଆସିବ । ସରକାର ପକ୍ଷରୁ ମିଳୁଥିବା କେହି କେଜି ରାସନ ଚାଉଳ ଗୁଜୁରାଣ ମେଣ୍ଟାଇବାରେ କିଛି ମାତ୍ରାରେ ସହାୟକ ହେଉଛି ବୋଲି କହିବା ସହ ଘରଟିଏ ପାଇଁ ଅନେକ ଥର ଅନେକ ଜନ ପ୍ରତିନିଧିଙ୍କୁ ଜଣାଇ ଆସିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଅନ୍ୟପକ୍ଷେ ଧନି ଶ୍ରେଣୀର ଓ ଘର ଥିଲା ଲୋକ ଘର ପାଉଛନ୍ତି । ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟିଦେଇ ଏହି ଗରିବ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।